ଜାମଦା ବ୍ଲକରେ ଦୁର୍ଗାପୂଜା ପାଇଁ ପ୍ରବଳ ଜନ ସମାଗମ…

ରାଇରଙ୍ଗପୁର(ଉତ୍ତମ କୁମାର ରାମ): ବର୍ତ୍ତମାନ ଚାଲିଛି ପାର୍ବଣଋତୁ। ଚାରି ଆଡ଼େ ମା’ଙ୍କ ଆଗମନ ହେତୁ ଭକ୍ତଙ୍କ ମନରେ ଆନନ୍ଦର ସହିତ ଉତ୍କଣ୍ଠା ଦେଖିବାକୁ ମିଳିଛି । ସାରା ଦେଶ ତଥା ରାଜ୍ୟ ଚଳଚଂଚଳ ହୋଇଛି ମା’ଙ୍କ ଆଗମନ ପାଇଁ । ଜାମଦା ବ୍ଲକର ଦୂର୍ଗାପୂଜା ବ୍ଲକ କାର୍ଯଳୟ ତଥା ଜାମଦା ଥାନା ନିକଟରେ ଆୟୋଜିତ ମା’ ଦୂର୍ଗାଙ୍କ ପୂଜା ୩୫ବର୍ଷରେ ପଦାର୍ପଣ କରିଛି । ଏହି ପୂଜା ୧୯୯୦ ମସିହାରୁ ଖୁବ ଜାକଜମକ ଓ ଆଡ଼ମ୍ବରେ ପାଳିତ ହୋଇ ଆସୁଅଛି । ଜାମଦା ବ୍ଲକର ୧୦ଟି ପଂଚୟତ ତଥା ପଡୋଶୀ ଝାରଖଣ୍ଡ ରାଜ୍ୟରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ ଏବଂ କରାଯିବା ପାଇଁ ସାର୍ବଜନୀନ ଦୂର୍ଗା ପୂଜା କମିଟିର ଉପଦେଷ୍ଟା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମଣ୍ଡଳ ଓ କର୍ମକର୍ତ୍ତାମାନେ କହିଛନ୍ତି । ପଞ୍ଚସଖା ନାଟକ ସଂସ୍କୃତିକ କାର୍ଯ୍ୟକ୍ରମରେ ୨ରାତି ଯାତ୍ରା ହେବାର ସ୍ଥିର ହୋଇଅଛି ।କମିଟିର ସଭାପତି ଡୁମକା ହେମ୍ବ୍ରମ, ସମ୍ପାଦକ ବାଵଲୁ ବେହେରା, କୋଷାଧ୍ୟକ୍ଷ ଅଜୟ ପ୍ରଧାନ, ମନ୍ମଥ ଘୋଷ, ମାନ ସାହୁ, ବିରେନ୍ଦ୍ର ନାୟକ, ମନୋରଞ୍ଜନ ନାୟକ, ଅନନ୍ତ ଚରଣ ଖୁଣ୍ଟିଆ, ମୁରଲୀଧର ବଳ ପ୍ରମୁଖ କର୍ମକର୍ତ୍ତାଙ୍କ ସହଯୋଗରେ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।