ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତିଜିଲ୍ଲା ରାଉଦୟଗିରି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଚମ୍ପେଶ୍ୱର୍ ନାଏକଙ୍କ ସଂଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ସଂଗୀତ, ବକ୍ତୃତା, ତର୍କ, ସାଧାରଣ ଜ୍ଞାନ, ସୃଜନଶୀଳ ଲିଖନ, ଦଳଗତ ନୃତ୍ୟ ଏବଂ ମଧ୍ୟାହ୍ନ ଭୋଜନ ଚିତ୍ର କଳା ଓ ଶିଳ୍ପ କଳା ପ୍ରତିଯୋଗିତା ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଡିଓ ଲରିମନ ଖର୍ସଲ ବିଇଓ ରବିନ୍ଦ୍ର ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ସମ୍ମାନିତ ଅତିଥି ଭାବରେ ଏବିଇଓ ଶ୍ରୀନିବାସ ବେହେରାଦଳାଇ, ଯୁଧିଷ୍ଠିର ବେହେରା, ବ୍ଲକର ସିଆରସି ଓ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତଥିଲେ । ୧୩ ଗୋଟି କ୍ଲଷ୍ଟରୁ ଛାତ୍ରଛାତ୍ରୀମାନେ ଆସି ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରିଥିଲେ । ସେମାନଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ସହ କେତେକ ସ୍ବାନ୍ତନା ମୁଳକ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବାଲାଗି ମଧ୍ୟ ରାତ୍ରିପର୍ଯ୍ୟନ୍ତ ବ୍ଲକରୁ ଆସିଥିବା ସ୍କୁଲ ଛାତ୍ରଛାତୀ, ଅବିଭାବକ, ଶିକ୍ଷକଶିକ୍ଷୟତ୍ରୀ ଓ ଅନେକ ବୁଦ୍ଧିଜୀବୀ ଉପସ୍ଥିତଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ଏମ ଭାଲିଆସାହି ସ୍କୁଲର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ପରିଚାଳନା ଓ ସହଯୋଗ କରିଥିଲେ ।