ସୋରଡାରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାର ଝୁମୁଲା ସରକାର ପାଲଟିଛି । ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର ଗଢିଥିବା ବେଳେ ବିଭିନ୍ନ ଭତ୍ତା ଓ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଭୁଆଁ ବୁଲାଇଛନ୍ତି । ଏଥି ସହିତ ସରକାର ଗଢିବାର ଶହେ ଦିନରେ ରାଜ୍ୟକୁ ଋଣଭାରରେ ବୁଡାଇଥିବା ବେଳେ ଗୋପାଳପୁର ପୋର୍ଟକୁ ଶାଗମାଛ ଦରରେ ବିକ୍ରି କରିଛନ୍ତି । ବିଜୁ ଜନତା ଦଳ ଲୋକଙ୍କ ସାଥୀରେ ରହି ଆଗାମୀ ଦିନରେ ସବୁ ସମସ୍ୟାର ସମାଧାନ କରିବ ବୋଲି ସୋରଡା ଠାରେ ଅନୁଷ୍ଠିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଜୁ ଜନତା ଦଳର ସମସ୍ତ ଜୋନର ଜିଲ୍ଲା ପରିଷଦ ସଭ୍ୟସଭ୍ୟା ସାମିଲ ହୋଇଥିବା ବେଳେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ସ୍ଥାନୀୟ କାଳୀ ମନ୍ଦିରରୁ ଏହି ଜନ ସମ୍ପର୍କ ପଦଯାତ୍ରା ବାହାରି ସହର ପରିକ୍ରମା ପରେ ଗଣିଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟାକ୍ଷା ଜିଲ୍ଲାପରିଷଦ ରାଜେଶ୍ୱରୀ, ବେଲଗୁଣ୍ଠା ବ୍ଲକ ଅଧକ୍ଷା ପ୍ରମିଳା ପ୍ରଧାନ, ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ସୋରଡ଼ା ବ୍ଲକ ଅଧ୍ୟକ୍ଷା ସାଇବାଣୀ ମଲିକ, ଉପାଧ୍ୟାକ୍ଷା ଅମୁଲ୍ୟ ସାହୁ, ନଗରପାଳ ଶିବ ଶଙ୍କର ପଣ୍ଡା, ଉପାଧ୍ୟାକ୍ଷା ଭାଗ୍ୟଲତା ଡାକୁଆ, ଆସିକା ଚିନିକଳ ସଭାପତି ରବୀନ୍ଦ୍ର ପଣ୍ଡା, ମହିଳା ନେତ୍ରୀ ସଂଘମିତ୍ରା ସ୍ୱାଇଁ, ବ୍ଲକ ବିଜେଡି ସଭାପତି ବସନ୍ତ ସ୍ୱାଇଁ, ବେଲଗୁଣ୍ଠା ବ୍ଳକ ବିଜେଡି ସଭାପତି ରାମେଶ୍ୱର ପାତ୍ର, ବରିଷ୍ଠ ନେତା ଭଗବାନ ପଣ୍ଡା, ସୁବାସ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।