ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଦଦରଲୁଣ୍ଡା ପଞ୍ଚାୟତର ଜି.ରମ୍ଭା ଗ୍ରାମରୁ ରବିବାର ଅପରାହ୍ନରେ ଏକ ବିରାଟ ବଡ ଅହିରାଜ ସାପ ଉଦ୍ଧାର ହୋଇଛି । ଗ୍ରାମର ଅଲେଖ ମଳିକଙ୍କ ଘରେ ପ୍ରାୟ ୧୨ରୁ ଉର୍ଦ୍ଧ୍ବ ଫୁଟ ଲମ୍ବର ଏକ ଅହିରାଜ ରହିଥିବା ଦେଖିଥିଲେ । ଭୟରେ ସେ ଘରୁ ବାହାରକୁ ଦୌଡି ପଳାଇଥିଲେ । ଏହା ପରେ ସ୍ଥାନୀୟ ଲୋକ ବନ ବିଭାଗକୁ ଏସଂର୍ପକରେ ଖବର ଦେଇଥିଲେ । ନିକଟ ଗ୍ରାମର ନୃପସ୍ବାମୀ ସାହୁ ପହଞ୍ଚି ଜଣେ ସହଯୋଗୀ ସହ ସାପଟିକୁ ଉଦ୍ଧାର କରିଥିବା ବେଳେ ବନପାଳ ରାଜୁ ଦଳାଇ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ନିକଟସ୍ଥ ଫୁଲତୋଟା ଜଙ୍ଗଲ ଭିତରେ ତାକୁ ଛାଡି ଥିବା ପ୍ରକାଶ କରିଛନ୍ତି ।