ସିନାପାଲି(ପରମେଶ୍ୱର ମେହେର): ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବନ୍ୟ ପ୍ରାଣୀ ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନ୍ୟାସନାଲ୍ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ରେଞ୍ଜର ସୁନୀଲ କୁମାର ମିଶ୍ର ଅଧ୍ଯକ୍ଷତା କରିଥିବାବେଳେ ନ୍ୟାସନାଲ ହାଇସ୍କୁଲର ବରିଷ୍ଠ ଶିକ୍ଷକ ସୁକାନ୍ତ ସତପଥି, ଚୁଲାଭାଟି ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରବୋଧ କୁମାର ହୋତା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାର ଜୁନିୟର ଏବଂ ସିନିୟର ବିଭାଗରୁ ୩ଜଣ ଲେଖାଏଁ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।