ସିନାପାଲି ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଅନୁଷ୍ଠିତ….

ସିନାପାଲି(ପରମେଶ୍ୱର ମେହେର): ପାଖେଇ ଆସୁଛି ଦଶହରା l ଆରମ୍ଭ ହେଲାଣି ମାଙ୍କ ନବରାତ୍ର ପୂଜା l ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଗୁରୁବାରରୁ ନବରାତ୍ର ପୂଜା ଆରମ୍ଭ ହୋଇଛି l ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚାଲିଛି ମାଙ୍କ ଷୋଡଶ ଉପଚାର ପୂଜା l ନୂଆପଡା ଜିଲ୍ଲା ସିନାପାଲି ଦୁର୍ଗା ମନ୍ଦିର ତଥା ଶକ୍ତି ପୀଠରେ ନବରାତ୍ର ପୂଜା ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି l ଏହି ଦୁର୍ଗା ମନ୍ଦିର ବହୁପୁରାତନ ମନ୍ଦିର ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଦୁର୍ଗା ପୂଜା ପାଳନ ସମୟରେ ଦୁଇ ସହରୁ ଅଧିକ ଦୀପଜାଲି ନବରାତ୍ର ପୂଜା ପାଳନ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ପାଳନ ହେଉଛି l ଏହି ପୂଜା ଅବସରରେ ମନ୍ଦିରକୁ ସାଜସଜ୍ଜା କରାଯାଇଛି l ମାଙ୍କ ଏହି ଦୁର୍ଗାପୂଜା ନବରାତ୍ରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ l ଶକ୍ତି ପୀଠରେ ରୀତିନୀତିରେ ଚାଲିଛି ପୂଜାର୍ଚନା ଦେବୀ ପୀଠ ଗୁଡିକ ରେ ଶ୍ରଦ୍ଧାଳୁ ଙ୍କ ର ଭିଡ଼ ମଧ୍ୟ ଜମୁଛି l ମାଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ଶ୍ରଦ୍ଧାଳୁ l ଏହି ମନ୍ଦିରକୁ ପୂଜାର୍ଚନା କରିବା ପାଇଁ ପଡୋଶୀ ଛତିଶଗଡ, ରାୟପୁର, କଳାହାଣ୍ଡି, ନବରଙ୍ଗପୁର ସମେତ ଅନେକ ଦୂର ଦୁରାନ୍ତରୁ ଲୋକେ ଆସି ମନସ୍କାମନା କରୁଥିବା ବେଳେ ମନସ୍କାମନା ପୁରଣ ହେଲେ ପୂଜା ଵିଧି ଅନୁସାରେ ଦାନପୁଣ୍ୟ କରିଥାନ୍ତି l