ସୁନ୍ଦରଗଡ ବିଜେଡି ନୂତନ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସ୍ୱାଗତ କଲା…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ସୁନ୍ଦରଗଡ ବିଜୁ ଜନତା ଦଳର ବରିଷ୍ଠନେତା ତଥା ବିଧାୟକଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ପିଡି. ଡିଆରଡିଏ) ସୁରଞ୍ଜନ ସାହୁଙ୍କୁ ସାର୍କିଟ ହାଉସରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ସୁନ୍ଦରଗଡର ବିଭିନ୍ନ ସମସ୍ୟା ବିଷୟରେ ଜଣେଇବା ସହିତ ସେଗୁଡିକର ସମାଧାନ ପାଇଁ ଆଲୋଚନା କରିଥିଲେ l ସମସ୍ୟା ଗୁଡ଼ିକ ଶୁଣି କିପରି ଶୀଘ୍ର ସମାଧାନ ହୋଇ ପାରିବ ସେଥିପାଇଁ ମୁଁ ନିଶ୍ଚିତ ପଦକ୍ଷେପ ନେବି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ l ଏହି ଆଲୋଚନା ସମୟରେ ପ୍ରତିନିଧି ମଣ୍ଡଳୀରେ ପୌରପରିଷଦର ଉପନଗରପାଳ ଲଲାଟ ପରିଡ଼ା, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପଞ୍ଚା ବାର୍ଲା ଏବଂ ପୂର୍ବତନ ଟାଉନ ବିଜେଡି ଉପସଭାପତି ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l