ନୟାଗଡ଼(ରତ୍ନାକର ହୋତା): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ବାଣିଗୋଛା ( ପଶ୍ଚିମ ) ବନ୍ୟପ୍ରାଣୀ ବନାଂଚଳ ପକ୍ଷରୁ ଜାମୁସାହି ହାଇସ୍କୁଲ୍ ପରିସରରେ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀଣୀ ସ୍ନିଗ୍ଧା ସରୀତା ବଳିଆରସିଁହଙ୍କ ନେତୃତ୍ୱରେ ଜାମୁସାହି ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ବନବିଭାଗ ପକ୍ଷରୁ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ପରିବେଶକୁ ପଲଥିନ୍ ମୁକ୍ତ କରିବା ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦିଆଯାଇଥିଲା । ବନାଞ୍ଚଳ ଅଧିକାରୀଣୀ ସ୍ନିଗ୍ଧା ସରିତା ବଳିଆରସିଂହଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନପାଳ ଦିପ୍ତୀରଂଜନ ଆଚାର୍ଯ୍ୟ, ବନପାଳ ଗୋଲକ ବିହାରୀ ବେହେରା, ବନପାଳ ଅଜୟ କୁମାର ସ୍ବାଇଁ, ବନପାଳ ପୁଷ୍ପଲତା ପ୍ରଧାନ, ବନପାଳ ମଧୁସ୍ମିତା ନାୟକଙ୍କ ସମେତ ବନରକ୍ଷୀ ରିନା ନାୟକ ଏବଂ ସ୍କାର୍ଡ଼ ଓ ଓ୍ବାଚରମାନେ ସାମିଲ୍ ହୋଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।