ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ସରକାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ମନରେ ପାଠ ପଢିବା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗରୁ ଅନେକ ଯୋଜନାମାନ କରୁଛନ୍ତି । ସେଥି ମଧ୍ୟରୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନ୍ୟତମ । କେବେ କେବେ ଦୁଇହଳ ସ୍କୁଲ୍ ୟୁନିଫର୍ମ ଓ କେବେ କେବେ ୟୁନିଫର୍ମ ସହିତ ଟ୍ରାକସୁଟ ଓ ଜୋତା ମୌଜା ଇତ୍ୟାଦି ବିତରଣ କରିଥାନ୍ତି । ଏବେ ପୁଣି ସେହି ପୋଷାକ ବିତରଣ ଲାଗି ମିଶନ ଶକ୍ତି ଗୃପର ମହିଳାମାନଙ୍କୁ ନିୟୋଜିତ କରି ସେମାନଙ୍କୁ ସ୍ବାବଲମ୍ବୀ ହେବାଲାଗି ସୁଯୋଗ ଦେଇଛି ରାଜ୍ୟ ସରକାର । ଏ ସୁଯୋଗରେ ମହିଳାମାନେ ଛାତ୍ରଛାତ୍ରୀମାନଙ୍କ ଲାଗି ପେଷାକ ସିଲେଇ କରି ବିଦ୍ୟାଳୟ ଗୁଡିକରେ ବଣ୍ଟନ କରିଥାନ୍ତି । ତେବେ ଆଜି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସୁବଲଡା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଓ ସ୍କୁଲ ସଭାପତିଙ୍କ ତତ୍ବାବଧାନ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତି ଓ ଅନୁମତି ପ୍ରାପ୍ତ ଚିନ୍ତନ ମହିଳା ସଂଘର ସଦସ୍ୟଙ୍କ ଦ୍ବାରା ସ୍କୁଲର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୪ ଛାତ୍ର, ୪୪ ଛାତ୍ରୀଙ୍କୁ ପୋଷାକ ପ୍ରଦାନ କରାଗଲା । ଏହି ପୋଷାକ ପାଇ ଛାତ୍ରଛାତ୍ରୀ ଖୁବ୍ ଉତ୍ସାହିତଥିବା ଦେଖିବାକୁ ମିଳିଛି । ତେବେ ଆଜି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ୪୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆସିନଥିଲା । ପୋଷାକ ମିଳୁବା ସମୟକୁ ପିଲ ଅପେକ୍ଷାରେ ଥିଲାବେଳେ ଅଗଷ୍ଟ ୧୫ ପୁର୍ବରୁ ଏହି ପୋଷାକ ବିତରଣ କରାଯାଇଥିଲେ ଆହୁରି ଭଲ ହୁଅନ୍ତା ବୋଲି ବିଦ୍ୟାଳୟର କେତେକ ଅବିଭାବକ ମତ ରଖିଥିଲେ ।