ରାଜ୍ୟ ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରାଜ୍ୟ ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିନ୍ଦୋଲରେ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ଓଡିଶାର ବିଭିନ୍ନ ୧୪ ଟି ବିଦ୍ୟାଳୟରୁ ବକ୍ସିଂ ଖେଳାଳି ଯୋଗଦାନ କରିଥିଲେ l ଯଶୋଦା ବିଷ୍ଣୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗୀମାଲର ୬ ଜଣ ଖେଳାଳୀ ମଧ୍ୟରୁ ଆସ୍ଥା ପଟେଲ, ଗୀତାଞ୍ଜଳି ଗର୍ଡିଆ, ରିମା ମୁଣ୍ଡା ଓ ଶୁଭମ ଭୋଇ ସ୍ୱର୍ଣ୍ଣ ପଦକ ହାସଲ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ତାଙ୍କ ସାଙ୍ଗରେ କୋଚ୍ ସୁକାନ୍ତ ଚୌଧୁରୀ, ମ୍ୟାନେଜର ସୁଜାତା ନାଏକ, ଅଧ୍ୟାପକ ସୁବ୍ରତ କୁମାର ପାଣିଗ୍ରାହୀ ଓ ସୁମନ୍ତ କୁମାର ଦ୍ୱିବେଦୀ ମଧ୍ଯ ଥିଲେ l ଏ ସମସ୍ତ ଖେଳାଳି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗୀମାଲର ସୁଦକ୍ଷ କୋଚମାନଙ୍କ ଠାରୁ ତାଲିମ୍ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପଦକ ହାସଲ କରିଛନ୍ତି l ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବାଳିକା ବିଭାଗରେ ଉପ ବିଜେତା ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ l ଖେଳାଳିମାନଙ୍କୁ କଲେଜର ଅଧ୍ୟକ୍ଷ, ଜନ ସେବା ସମିତି ଯୋଗୀମାଲ ଓ ସୁନ୍ଦରଗଡ ଜିଲ୍ଲା ଆମେଚର୍ ବକ୍ସିଂ ସଂଘର ସମସ୍ତ ସଦସ୍ୟ ଶୁଭେଛା ଜଣାଇଛନ୍ତି l