ଭବାନୀପାଟଣା(ତୁଳମଣି ନାଗ): ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କିଆପଦର ଠାରେ ଅବସ୍ଥିତ କସ୍ତୁରବା ଗାନ୍ଧି ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଏକଛତ୍ରବାଦ ଓ ମନୋମୂଖୀ କାର୍ଯ୍ୟରେ ଅସନ୍ତୁଷ୍ଠ ହୋଇ ଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ଭବାନୀପାଟଣା ସହର ଅଭିମୁଖେ ୩୫ କିଲୋମିଟର ଚାଲି ଚାଲି ଆସୁଥିବା ଖବର ପାଇ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ଅଧ ରାସ୍ତାରେ ଛାତ୍ରୀମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଛାତ୍ରୀମାନେ କାହାରି କଥା ନମାନି ସିଧା କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଚାଲିଆସିଥିଲେ । ସେଠୀ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଦେଖା କରି ଛାତ୍ରୀମାନେ ବିଦ୍ୟାଳୟରେ ପେଟପୁରା ଖାଇବାକୁ ନ ଦେବ, ଫାଳେ କଦଳୀ, ଅଧା ପେକେଟ ବିସ୍କୁଟ ଦେଉଥିବା ଅଭିଯୋଗ କରିଥିଲେ । ସେହି ପରି ପ୍ରଧାନଶିକ୍ଷକ, ପିଇଟି ଶିକ୍ଷକଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଛନ୍ତି । ଛାତ୍ରୀମାନଙ୍କୁ ତାଙ୍କର ପ୍ରସାଧନ ସାମଗ୍ରୀ ଦିଆ ଯାଉ ନ ଥିବା, ଯେକୌଣସି ଅସୁସ୍ଥତା ସମୟରେ କେବଳ ପାରାସିଟାମଲ୍ ଔଷଧ ଦେବା ସହିତ, ଅଭିଭାବକମାନେ ଦେଖା କରିବାକୁ ଆସିଲେ ବାରଣ କରିବା ତଥା ପରୀକ୍ଷାରେ ଫେଲ୍ କରି ଦେବାକୁ ଧମକ ଦେବା ସହିତ କୌଣସି ଅଭିଯୋଗ କଲେ ବ୍ୟକ୍ତିଗତ ଭାବେ ଡାକି ଧମକ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଛାତ୍ରୀମାନଙ୍କ କଥା ଶୁଣି କାଲି ମୁଁ ନିଜେ ବିଦ୍ୟାଳୟକୁ ପହଞ୍ଚି ଉଚିତ ତଦନ୍ତ କରି ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ।