୪ଟା ସମୟ ହେଲେ ଦ୍ଵାର ବନ୍ଦ: ନିରାଶ ହୋଇ ଫେରୁଛନ୍ତି ୩୦-୪୦ ଗ୍ରାହକ, ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କ ସମସ୍ୟା କେବେ ସୁଧୁରିବ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସମସ୍ୟା ସୁଧୁରିବାର ନା ଧରୁ ନାହିଁ l ପ୍ରତ୍ୟେକ ଦିନ ୩୦-୪୦ ଜଣ ଗ୍ରାହକ ନିରାଶରେ ଫେରୁଥିବାର ଦେଖା ଦେଇଛି l ଆଗରୁ ଏପରି ଘଟଣା ଘଟୁ ଥିବାରୁ କର୍ମଚାରୀ ନିଯୁକ୍ତି ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇ ଥିଲା l ଉକ୍ତ ଦାବୀ ଅନୁସାରେ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି l ତଥାପି କାମ ହୋଇ ପାରୁନାହିଁ l ୪ଟା ହେଲେ ବ୍ୟାଙ୍କ୍ ଦ୍ଵାର ବନ୍ଦ ହୋଇ ଯାଉ ଥିବା ଗ୍ରାହକ ଅଭିଯୋଗ କରିଛନ୍ତି l ପ୍ରତ୍ୟେକ ଦିନ ୩୦-୪ ୦ ଗ୍ରାହକ ବ୍ୟାଙ୍କ ସେବା ନ ପାଇଁ ନିରାଶରେ ଫେରୁଥିବା ଜଣା ପଡ଼ିଛି l ବ୍ରାହ୍ମଣୀଗାଁରୁ ସଲବାକୁ ପ୍ରାୟ ୩୫କିମି ଦୂର ହେଉଥିବା ବେଳେ ସକାଳ ପ୍ରାୟ ୮ଟାରୁ ଆସି ବ୍ୟାଙ୍କ ଆଗରେ ଧାଡ଼ି କରନ୍ତି ଗ୍ରାହକ l ଅଶିକ୍ଷିତ ଥିବାରୁ ସେମାନଙ୍କୁ ଜଣା ନାହିଁ କେଉଁ କାମ ପାଇଁ କଣ କରିବାକୁ ପଡ଼ିବ l ବ୍ୟାଙ୍କର ଶୃଙ୍ଖଳା ଦୃଷ୍ଟିରୁ ସମସ୍ତଙ୍କୁ ଧାଡ଼ିରେ ଆସି କାମ କରିବାକୁ ବ୍ୟାଙ୍କ କର୍ମଚାରୀମାନେ କହୁଥିବା ବେଳେ ସ୍ଥାନୀୟ ବ୍ୟବସାୟୀମାନେ ଟଙ୍କା ବାନ୍ଧିବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବା ସମ୍ଭବ ହୋଇ ପାରୁ ନାହିଁ l ଅନ୍ୟ ପକ୍ଷରେ ଧାଡ଼ିରେ ରହି ଥିବା ଗ୍ରାହକଙ୍କ କୌଣସି ଡକ୍ୟୁମେଣ୍ଟ ଅଭାବ ଥିଲେ ତାହା ଆଣିଲା ବେଳକୁ ଆଉ ଥରେ ଧାଡ଼ି ଲଗେଇ ବାକୁ ପଡ଼ିଥାଏ l ଫଳରେ ତାହାର କାମ ହେବା ପୁର୍ବରୁ ବ୍ୟାଙ୍କରେ ତାଲା ପଡ଼ିଯାଏ । ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବ୍ୟାଙ୍କ ମିତ୍ର ନିୟୋଜିତ ହୋଇ ଥାନ୍ତି l ଦୀର୍ଘ ଦିନ ହେବ ବ୍ୟାଙ୍କ ମିତ୍ରଙ୍କ ଦେଖା ନାହିଁ । ବୟସ୍କ ବ୍ୟକ୍ତିମାନେ ଧାଡ଼ିରେ ବେଶି ସମୟ ଠିଆ ହୋଇ ରହିବା କେତେ କଷ୍ଟ ତାହା ସେମାନେ ନିଜେ ହିଁ ଜାଣନ୍ତି l ଏପରି ବାୟୋବୃଦ୍ଧ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଗଲେ ସେମାନଙ୍କ କଷ୍ଟ ଦୂର ହେବ ବୋଲି ଅଞ୍ଚଳ ବାସୀ କହିଛନ୍ତି l ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହୋଇ ଯଦିଓ ସେମାନଙ୍କର କିଛି ହୋଇ ଯାଏ ତେବେ ସେଥି ପାଇଁ ଦାୟୀ କିଏ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏସବୁ ସମସ୍ୟା ପ୍ରତି ଧ୍ୟାନ ଦେଇ ଦୂର ଦୁରାନ୍ତରୁ ଆସି ବ୍ୟାଙ୍କ ସେବା ନ ପାଇ ଫେରି ଯାଉଥିବା ଗ୍ରାହକଙ୍କ ପ୍ରତି ଧ୍ୟାନ ଦେଇ ବ୍ୟାଙ୍କ କର୍ତୃପକ୍ଷ ଉତ୍ତମ ସେବା ପ୍ରଦାନ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।