ଗୁମ୍ମା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ଅନୁଷ୍ଠିତ……

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଛାତ୍ରିଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ମୂଳକ ମନୋଭାବ ଓ ସାଧାରଣ ଜ୍ଞାନ ବୃଦ୍ଧି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଗୁମ୍ମା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ୩ ବର୍ଗରେ ବିଭକ୍ତ କରାଯାଇ ସାହିତ୍ୟ, ସାମାଜିକ, ବିଜ୍ଞାନ, ଗଣିତ, ସାଧାରଣ ଜ୍ଞାନ ଇତ୍ୟାଦି ବିଷୟ ନେଇ କୁଇଜ୍ ପ୍ରତିଯୋଗୀତା ଆୟୋଜନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ନୟନ ରଞ୍ଜନ ମଣ୍ଡଳ, ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବାବାଜୀ ପ୍ରଧାନ, ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ମଦନ ମୋହନ କହଁର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତି ରେଣୁକା ପାତ୍ର, ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ପାଢ଼ୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିଭିନ୍ନ ବିଭାଗରେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ବିତରଣ କରାଯାଇଥିଲା । ଉପସ୍ଥିତ ଅତିଥି ଗଣ ପିଲାମାନଙ୍କୁ ପ୍ରତିଦ୍ବନ୍ଦିତା ମୂଳକ ମନୋଭାବ ରଖି ସବୁବେଳେ ପ୍ରସ୍ତୁତ ରହିବା ପାଇଁ ଗୁରୁଜନମାନଙ୍କ ବାଧ୍ୟ ହେବା ପାଇଁ, ଉତ୍ତମ ଜୀବନ ଯାପନ କରି ଗ୍ରାମ ତଥା ବ୍ଲକର ସୁନାମ ଅର୍ଜନ କରିବାକୁ ଉପଦେଶ ପ୍ରଦାନ କରିଥିଲେ ।