ବୟସ୍କଙ୍କ ପାଇଁ ଆଜି ଠୁଁ ଆରମ୍ଭ ହେଲେ ଯକ୍ଷ୍ମା ଟୀକାକରଣ, ଟୀକା ନେଲେ ବୟସ୍କ….

କୋକସରା(ତ୍ରିଲୋକ୍ୟ ବେଶ୍ରା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଠାରୁ ଦେଶର ବୟସ୍କ ବ୍ୟକ୍ତିଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ଯକ୍ଷ୍ମା ନିରାକରଣ ପାଇଁ ଟୀକାକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ସିଏଚସି ଭାରପ୍ରାପ୍ତ ଡାକ୍ତର ତତ୍ଵଦର୍ଶୀ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ନବୀନ କିଶୋର ପାଢ଼ୀ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସିଡିପିଓ ସରୋଜା ଲତା ଦେଇ, ପିଏଚଇଓ ଶର୍ମିଳା ଛାତ୍ରୀଆ, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ବିପିଏମ ସୁରଜିତ ସିଂ କୁମାର, ଆଇସିଡିଏସ ସୁପର ଭାଇଜର ସୋନିଆ ହେମ୍ରମ ପ୍ରମୁଖ ଯୋଗଦେଇ ଯକ୍ଷ୍ମା ଟୀକାକରଣର ଶୁଭାରମ୍ଭ କରିଥିଲେ । ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି କମିବାରୁ ଯକ୍ଷ୍ମା ଭଳି ରୋଗ ହେବାର ସମ୍ଭାବନା ରହିଛି l ଏଣୁ ଏହି ଟୀକା ନେଲେ ଆମେ ଯକ୍ଷ୍ମା ରୋଗରୁ ଦୁରେଇ ରହିବା l ସ୍ୱାସ୍ଥ୍ୟ ବିଭାଗର ଏହି ପଦକ୍ଷେପ ଅନେକ ପ୍ରଶଂସନୀୟ ବୋଳି ଉପସ୍ଥିତ ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବୟସ୍କ ବୃଦ୍ଧବୃଦ୍ଧାମାନେ ଟୀକା ନେଇଛନ୍ତି । କାର୍ଯ୍ୟକ୍ରମକୁ ଏସଟିଏସ ଆମୋଦ ଚନ୍ଦ୍ର ଗୋଲାପ ସଂଯୋଜନା କରିଥିଲେ । ପ୍ରଥମ ଟୀକା ତ୍ରିବେଣି ପଟ୍ଟନାୟକ ନେଇଥିଲେ । ଏଏନଏମ ଶ୍ରବାଣୀ ବଚ୍ଛା ଟୀକା ଦେଇଥିବା ବେଳେ ଆଶା କର୍ମିମାନେ ଉପସ୍ଥିତ ରହି ବୟସ୍କ ବ୍ୟକ୍ତି ସହଯୋଗ କରିଥିଲେ ।