କମ୍ୟୁନିଷ୍ଟ ସପୋର୍ଟ ଷ୍ଟାପ ସଂଘର ଦାବିପତ୍ର ପ୍ରଦାନ…..

ଭଞ୍ଜନଗର(ନିଲୁ ବିଷୋୟୀ) : ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକର କାର୍ଯ୍ୟରତ ତିନିଗୋଟି କମ୍ୟୁନିଷ୍ଟ ସପୋର୍ଟ ଷ୍ଟାଫ ତଥା ଏମବିକେ, ସିଆରପି ଓ ବ୍ୟାଙ୍କମିତ୍ର ସଂଘ ତରଫରୁ ୩ଦଫା ଦାବିପତ୍ର ଜିଡିପିଓ ମାଥୁରାମ ନାୟକଙ୍କ ଜରିଆରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।  ବର୍ଦ୍ଧିତ ଦରମା, ମାସିକ ଦରମା ବ୍ୟାଙ୍କଖାତାକୁ ଜମା, ନିଜସ୍ୱ ପ୍ରମାଣପତ୍ର ପ୍ରଦାନ ଇତ୍ୟାଦି ୩ଦଫା ଦାବି ନେଇ ଗୁରୁବାର ବ୍ଲକ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ । ଦୀର୍ଘ ଛଅମାସରୁ ଉର୍ଦ୍ଧ ହେବ ଅଞ୍ଚଳର କାର୍ଯ୍ୟରତ ୨୨ଏମବିକେ,୧୪୦ରୁ ଉର୍ଦ୍ଧ ସିଆରପି,୧୦ଜଣ ବ୍ୟାଙ୍କମିତ୍ରମାନଙ୍କୁ ମାସିକ ପାରିଶ୍ରମିକ ମିଳିନଥିବାରୁ ସରକାରଙ୍କୁ ଲିଖିତ ଗୁହାରି ଜଣାଇଛନ୍ତି ।  ସେମାନେ ଦୀର୍ଘ ୫ବର୍ଷ ଧରି ନୀରବ ଛିନ୍ନ ଭାବରେ ସରକାରଙ୍କର ସମସ୍ତ ଯୋଜନା ପ୍ରତ୍ୟେକ କାର୍ଯ୍ୟ ତୃଣମୂଳ ସ୍ତରରେ ରୁପାୟିତ କରି ଆସୁଛନ୍ତି । ଦୁଃଖ ଓ ପରିତାପର ଦୀର୍ଘ ୬ମାସ ହେଲା ଉପରୋକ୍ତ ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି । ଗତ ଏପ୍ରିଲମାସ ଠାରୁ ଆଜି ଯାଏଁ କୌଣସି ପାରିଶ୍ରମିକ ମିଳିନଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି l ସେହିପରି ଭାବେ ସିଆରପିମାନଙ୍କ ଦରମା ୩୬୦୦ଟଙ୍କାରୁ ବୃଦ୍ଧି କରାଯାଇ ୬୧୦୦ଟଙ୍କା ହିସାବରେ ବର୍ଦ୍ଧିତ ପାରିଶ୍ରମିକ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପାଇଛନ୍ତି ଏବଂ ଏଯାବତ କୌଣସି ପାରିଶ୍ରମିକ ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି l ତେଣୁ ନିୟମିତ ଭାବେ ମାସିକ ଦରମା ଦେବା ଓ ଏହାକୁ ସିଧାସଳଖ ବ୍ୟାଙ୍କଖାତା ଯୋଗେ ପୈଠ କରିବା ଏବଂ ନିଜସ୍ୱ ପରିଚୟପତ୍ର ପ୍ରଦାନ ଭଳି ତିନୋଟି ଦାବି ସରକାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।  ଆଗାମୀ ୩୦ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ସଂଘ ପକ୍ଷରୁ ଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।