ସିନାପାଲି(ପରମେଶ୍ୱର ମେହେର): ନୁଆପଡା ଜିଲ୍ଲା ସିନାପାଲି ସ୍ଥିତ ବସଷ୍ଟାଣ୍ଡ ପରିସରରେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଷ୍ଟେଟବ୍ୟାଙ୍କ ସିନାପାଲି ଶାଖା ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସିନାପାଲି ବ୍ଲକ ସ୍ୱଚ୍ଛ ଓ ପରିମଳ ବିଭାଗ ବିଆରସି ପୁଣ୍ଡରୀକାକ୍ଷ ହୋତାଙ୍କ ନେତୃତ୍ବରେ ହୋଇଥିବା ବେଳେ ନୂଆପଡା ଜିଲ୍ଲା ସାକ୍ଷରତା ପରାମର୍ଶଦାତା ରମେଶ ଠାକୁର, ମାଷ୍ଟର ଟ୍ରେନର ପଞ୍ଚାନନ ମେହେର, ବ୍ୟାଙ୍କ ପରିଚାଳକ ଉତ୍କଳ ପ୍ରଧାନ, ଗୌରବ ମେହେର, ତପନ ନାୟକ, ଅଜିତ ଦାସ, ହେମନ୍ତ ବାଗ ପ୍ରମୁଖଙ୍କ ସମେତ ବ୍ଲକ ପ୍ରଶାସନ ଓ ଷ୍ଟେଟ ବ୍ୟାଙ୍କ ବିଭାଗୀୟ ଅଧିକାରୀ କର୍ମଚାରୀ ସାମିଲ ହୋଇଥିଲେ । ବସଷ୍ଟାଣ୍ଡ ପରିସରରେ ଥିବା ଅଳିଆ ଆବର୍ଜନା ସଫାକରିବା ସହ ଆଖପାଖ ସ୍ଥାନ ସବୁ ସଫା କରି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ ।