ଅବହେଳିତ ଅବସ୍ଥାରେ ନାମନଗଡ଼ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକଅନ୍ତର୍ଗତ ନାମନଗଡ଼ ପଞ୍ଚାୟତ ଏକ  ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା । ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସରକାର ବହୁତ  ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ବ ହୀନତା ଯୋଗୁଁ ଦୀର୍ଘ ବର୍ଷ ଧରି ଅବହେଳିତ ଭାବେ ପଡ଼ି ରହିଛି ନାମନଗଡ଼ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା । ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ଶୌଚନୀୟ ଅବସ୍ଥାରେ ପଡ଼ି ରହିଛି । ଏହି ରାସ୍ତା ଉପରେ ଅଜୟଗଡ଼, ନାମନଗଡ଼, ଝାମି ପଞ୍ଚାୟତ ଓ ପାରଳାଖେମୁଣ୍ଡି ଉପଖଣ୍ଡ ଅଞ୍ଚଳବାସୀ ନିର୍ଭରଶୀଳ।କିନ୍ତୁ ବିଡମ୍ବନାର ବିଷୟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ସମସ୍ୟାକୁ କର୍ଣପାତ କରୁନାହାନ୍ତି ବିଭାଗୀୟ ଅଧିକାରୀ ମାନେ । ଏନେଇ ବ୍ଲକ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲାପାଳ ତଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ କୂମ୍ବକର୍ଣ ନିଦ୍ରାରେ ସରକାର । ସାଧାରଣ ନିର୍ବାଚନ ସମୟରେ ନାମନଗଡ଼ ଅଞ୍ଚଳ ବାସୀ ଏହି ରାସ୍ତାକୁ ନେଇ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଥିଲେ କିନ୍ତୁ ପାରଳା ବିଧାୟକ  ରୂପେଶ କୁମାର ପାଣିଗ୍ରାହୀ ବିଜୟ ଲାଭ କଲାପରେ ପ୍ରତିଶୃତି ରକ୍ଷା କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଘଟଣାସ୍ଥଳରେ ପାରଳାଖେମୁଣ୍ଡି ବିଧାୟକ ଈ-ରୂପେଶ କୁମାର ପାଣିଗ୍ରାହୀ ଗୁମ୍ମା ବିଡ଼ିଓ ଆକାଶ କୁମାର ପଣ୍ଡାଙ୍କ ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଘଟଣାସ୍ଥଳ ପରିଦର୍ଶନ ସମୟରେ ମୁଖ୍ୟ ରାସ୍ତା ଉପରେ ପାଣି ଜମି ରହିବା ଦେଖି ବିଡ଼ିଓଙ୍କୁ ଦୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ । ରାସ୍ତାର ଅବସ୍ଥା ଅତି ଶୌଚନୀୟ ରହିଥିବା ବେଳେ ଯଦି କୌଣସି ଅଘଟଣ ଖଟେ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଦାୟୀ ରହିବେ ବୋଲି କହିଛନ୍ତି ଅଞ୍ଚଳବାସୀ ।