ବାଲିଗୁଡ଼ା(ସିବନ୍ତ ଦିଗାଳ): କନ୍ଧମାଳରେ ଚାଞ୍ଚଲ୍ୟ ବିବାହିତା ପ୍ରେମିକା ଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଉଦ୍ଧାର l ମୃତ ଯୁବକଙ୍କ ଆକ୍ରମଣରେ ପ୍ରେମିକା ଗୁରୁତର l ଗତ କାଲି ବିଳମ୍ବିତ ରାତିରେ କ. ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି l ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ସରକାରୀ ବାସଗୃହରୁ ପୁଲିସ୍ ଉଦ୍ଧାର କରିଛି l ମୃତକ ଯୁବକ ଜଣକ ହେଲେ ଭୁବନେଶ୍ୱର ଅଞ୍ଚଳର ଜଗନ୍ନାଥ ବେହେରା l ସୂଚନା ଅନୁଯାୟୀ ଯୁବକ କୁଡୁତୁଲି ଏ.ଏନ.ଏମଙ୍କ ସରକାରୀ ବାସଗୃହକୁ ଆସିଥିଲେ । ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇ ଥିଲା l ଏନଏଏମଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ l ପୁଲିସ ପହଞ୍ଚି ସରକାରୀ ସରକାରୀ ବାସଗୃହର ଖାନ ତଲାସୀ ବେଳେ ଯୁବକ ଜଣକ ଏକ ଚୁନି ସାହାଯ୍ୟରେ ଝୁଲି ପଡିଥିଲେ l ପୁଲିସ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ.ନୂଆଗାଁ ମେଡିକାଲକୁ ନେଇ ଥିଲା l ଗ୍ରାମବାସୀଙ୍କ କହିବା କଥା ପ୍ରେମିକ ଯୁବକ ଜଣକ ଦୀର୍ଘ ପାଞ୍ଚ ବର୍ଷ ହେବ ବିବାହିତା ପ୍ରେମିକାଙ୍କ ସରକାରୀ ବାସଗୃହକୁ ଆସୁଥିଲେ l ଗତ କାଲି ଉଭୟଙ୍କ ମଧ୍ୟରେ କଣ ଘଟିଥିଲା ଯୁବକ ଜଣକ କାହିଁକି ବିବାହିତା ପ୍ରେମିକାଙ୍କୁ ଆକ୍ରମଣ କଲେ କାହିଁକି ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତ୍ତି ନେଲେ ତାହା ତଦନ୍ତ ସାପେକ୍ଷ l ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି l ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ l ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇନଟିଫ୍ ଟିମର ତଦନ୍ତ ରିପୋର୍ଟ ଆସିଲେ ସତ୍ୟତା ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି । କ.ନୂଆଗାଁ ଥାନା ପୁଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ପଠାଯାଇଛି ।