କଳାହାଣ୍ଡି ବାଙ୍କୀ ରାଜପୁତ ସମାଜ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ..

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ଯେଉଁ ସମାଜର ଯୁବପୀଢ଼ି ଯେତେ କର୍ମଠ ସେହି ସମାଜ ସେତିକି ପ୍ରଗତିଶୀଳ l କଳାହାଣ୍ଡି ବାଙ୍କୀ ରାଜପୁତ ଯୁବକମାନଙ୍କ ଉଦ୍ୟମରେ ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ ଜୁନାଗଡ଼ ଟାଉନ ହଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସର୍ବ ପ୍ରଥମେ ନିମନ୍ତ୍ରିତ ଅତିଥି ତଥା ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଦ୍ୱାରା ଆରାଧ୍ୟ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଗଲା l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଶତାଧିକ ଯୁବକମାନଙ୍କ ଉପସ୍ଥିତିରେ ସଭାପତି ଭାବେ ସେନାପତି ମଲ୍ଲିକ, ମୁଖ୍ୟ ଅତିଥି ସତ୍ୟ ନାରାୟଣ ରାଜପୁତ, ମୁଖ୍ୟବକ୍ତା ସୁଧାଂଶୁ ପାତ୍ର, ସମ୍ମାନୀତ ଅତିଥି ଭାବେ ଉପେନ୍ଦ୍ର ନାଏକ, ଶ୍ରୀଯୁକ୍ତ ଯାମିନୀକାନ୍ତ ଲେଞ୍ଜିଆ,ଶ୍ରୀଯୁକ୍ତ ବୀରେନ୍ଦ୍ର ବେହେରୁକ, ବଂଶୀଧର ନାଏକ ପ୍ରମୁଖ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ସତ୍ୟମ ନାଏକ l ବାଙ୍କୀଜାତିକୁ ଏସଇବିସି ପରିବର୍ତ୍ତେ ସର୍ବଭାରତୀୟ ସ୍ତରରେ ଓବିସିରେ ସାମିଲ କରିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ, ଅର୍ଥନୈତିକ, ସାମାଜିକ, ସାଙ୍ଗଠନିକ ବିକାଶ ଉପରେ ଆଲୋଚନା କରାଯାଇଥିଲା l ପରିଶେଷରେ ନବୀନ ପ୍ରଧାନୀ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଗଲା l