ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଂଜିଳି କାଟୁ ପିତଳ ଛକଠାରେ ମଧ୍ୟ ରାତ୍ରୀରେ ଏକ ସଡ଼କ ଦୁର୍ଘଟଣା ହେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରାତି ପ୍ରାୟ ରାତି ୧୨ଟା ସମୟରେ ଏକ ଟ୍ରକ ଧୃତ ଗତିରେ ଆସୁଥିବା ବେଳେବେଳେ ଏକ ଟାଟା ଏସିକୁ ଧକ୍କା ଦେଇ ଦୃତ ଗତିରେ ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ଆହତ ଟାଟା ଏସି ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନେବା ସମୟରେ ଜଣଙ୍କର ମୃତୁ ହୋଇଥିବା ବେଳେ ଅନ୍ୟଜଣେ ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣା ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ମୃତ ମାନେ ହେଲେ ସୁନ୍ଦର ପାଲିର ସୁମନ୍ତ ଗନ୍ତିଆ ହୋଇଥିବେଳ ଅନ୍ୟଜଣେ ଶରଦାପୁରର ଅଜିତ୍ ବାଡିଆ ବୋଲି ଜଣାପଡିଛି ।