କୋକସରା ସିଏଚସିରୁ ଗଡ଼ିଲା ଡେଙ୍ଗୁ ସଚେତନତା ରଥ….

କକୋସରା(ତ୍ରିଲୋକ୍ୟ ବେଶ୍ରା): ଏଡିଶ ମଶା ଯୋଗୁଁ ଡେଙ୍ଗୁ ରୋଗ ବ୍ୟାପିଥାଏ l ଏହି ମଶାରୁ କେମିତି ସୁରକ୍ଷିତ ରହିବା ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା ସୃଷ୍ଟି ଅଭିଯାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଡେଙ୍ଗୁ ରୋଗ ସଚେତନତା ଅଭିଯାନ ରଥକୁ ଭାରପ୍ରାପ୍ତ ଡ଼.ତତ୍ଵଦର୍ଶୀ ଦାସ ସମେତ ସିଏଚସିର କର୍ମଚାରୀମାନେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ବ୍ଲକର ୨୨ ପଞ୍ଚାୟତରେ ଡେଙ୍ଗୁ ରୋଗ ନିରାକରଣ ଓ ସଚେତନତା ନେଇ ଲୋକଙ୍କୁ ବାର୍ତ୍ତା ଦେବ । ଉଦଘାଟନ କାର୍ଯ୍ୟକ୍ରମରେ ସିଏଚସିର ପିଏଚ ଇଓ ଶର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ସ୍ୱାସ୍ଥ୍ୟ କର୍ମି ନୀଳମଣି ଖମାରି, ସିଏଚଓ, ମହିଳା ସ୍ୱାସ୍ଥ୍ୟ କର୍ମି, ଆଶା କର୍ମି ମାନେ ଉପସ୍ଥିତ ରହି ଥିଲେ ।