ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବେଲ୍ ଟୁକୁରି ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ କୀର୍ତ୍ତି ଚନ୍ଦ୍ର ସାହୁ , ମୁଖ୍ୟ ବକ୍ତା ରୂପେ ମହିଳା ସ୍ବାସ୍ଥ୍ୟକର୍ମୀ ହେମଲତା ପ୍ରଧାନ ଯୋଗ ଦେଇ ଶିଶୁର ସ୍ବାସ୍ଥ୍ୟ, ଯତ୍ନ ଓ ଶିକ୍ଷା ଉପରେ ମା ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ |ଶିଶୁର ଭବିଷ୍ୟତ ଗଠନ ଗୁରୁଜୀ, ଗୁରୁମା ଓ ଅଭିଭାବକ, ଅଭିଭାବିକାଙ୍କ କଠୋର ତପସ୍ୟା ବଳରେ ହିଁ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ | ପ୍ରଧାନ ଆଚାର୍ଯ୍ୟ ଶବର ସ୍ବାଗତ ଭାଷଣ ଦେଇଥିବା ବେଳେ ଶିଶୁ ବାଟିକା ପ୍ରମୁଖ ମୋତି ଲାଲ ପଟେଲ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ |ଏହି ଅବସରରେ ଅଭିଭାବିକାମାନଙ୍କୁ ନେଇ ମ୍ୟୁଜିକ ଚେୟାର, ଚାମଚ୍ ଦୌଡ଼ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା | କାର୍ଯ୍ୟକ୍ରମରେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଉମେଶ ଚକ୍ରଧାରି କୋଷାଧ୍ୟକ୍ଷ କୁଷଲେସ୍ୱର୍ ସିଂ ମାଝୀ, ଜଗେଶ୍ୱରି ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ | କୁଞ୍ଜ ବିହାରୀ ଠାକୁର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଶୋକ ସାହୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ |