ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଦଶମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ….

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବୁର୍ବିନାଯୁ ଠାରେ ବ୍ଲକ ସ୍ତରୀୟ ଦଶମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଅଧକ୍ଷ୍ୟତା କରିଥିଲେ ଓ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ଗଣେଶ୍ୱର କହଁର, ଉଚ୍ଚ ବିଦ୍ୟାଳୟ, ବଡ଼ିମୁଣ୍ଡାର ବରିଷ୍ଠ ପ୍ରଧାନ ଶିକ୍ଷକ ନନ୍ଦ କିଶୋର ବେହେରା ଉପସ୍ଥିତ ଥିଲେ l ଏହି ବୈଠକକୁ ବିଜ୍ଞାନ ସଂଯୋଜକ ରାଜ କୁମାର ସାହୁ ପରିଚାଳନା କରିଥିଲେ ଏବଂ ଏହି ବୈଠକରେ ମୁଖ୍ୟତଃ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା l ସେଥିରେ ୟୁ ଡାଇସ ପ୍ଲସରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା, ଗଣିତ ଦକ୍ଷତା ବୃଦ୍ଧି (ଖାନ ଏକାଡେମୀ ), କ୍ଳବ ଓ ହାଉସର ପୁନଃରୀକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ, ଉତ୍କର୍ଷ, NASର ପ୍ରଚଳନ, ପ୍ରୟାସ ପ୍ଲସ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ବିଜ୍ଞାନ ସେମିନାର ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଅଛି l ଏହାପରେ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା l ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାଶ୍ୟାମ ଦାସ ଓ ଷ୍ଟାଫଙ୍କ ଦ୍ୱାରା ବହୁତ ସୁନ୍ଦର ବ୍ୟବସ୍ଥା ଓ ପରିଚାଳନା ଯୋଗୁଁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି l