ଜଟଗଡ ଓ ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବରେ ମକାଚାଷ ନଷ୍ଟ……

ନୂଆପଡ଼ା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଜଟଗଡ ଗ୍ରାମପଞ୍ଚାୟତର ଜଟଗଡ଼ ଓ ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବ ଦେଖା ଦେଇଛି । ଏଥିରେ ୧୦ ଏକର ମକା ଚାଷ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ଜଟଗଡ଼ ଓ ସୋରିପଡ଼ାରେ ବରାହ ଉପଦ୍ରବ ଦେଖା ଦଖାଦେଇଛି । ଏଥିରେ ଜଟଗଡ ଗାଁର ଚାଷୀ ଅନ୍ତ ସାହୁଙ୍କ ୧୦ ଏକର ମକା ଚାଷକୁ ଜଙ୍ଗଲି ବରାହମାନେ ଦଳିଚକଟି ନଷ୍ଟ କରିଦେଇଛନ୍ତି । ଏହି ଚାଷୀ ଜଣକ ୧୦ ଏକର ମକାଚାଷ ପାଇଁ ପ୍ରାୟ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି । କିନ୍ତୁ ଅମଳ ପୂର୍ବରୁ ଚାଷ ନଷ୍ଟ ହୋଇଥିବାରୁ ସେ ଚିନ୍ତାରେ ପଡିଛନ୍ତ । ଏହି ଚାଷୀ ଧାର ଉଧାର କରି ପରିବାର ପ୍ରତିପୋଷଣ ପାଇଁ ଚାଷ କରିଥିଲେ l ଏବେ ମକା  ଚାଷ ନଷ୍ଟ ହୋଇଥିବାରୁ କେମିତି ପରିବାର ଚଳାଇବେ ସେହି ଚିନ୍ତାରେ ଘାରି ହେଉଛନ୍ତି । ସେହିପରି ଅଞ୍ଚଳରେ ବରାହ ଉପଦ୍ରବ ହେତୁ ଅନେକ ଚାଷୀଙ୍କ ମଧ୍ୟ  ମକା ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ଜଟଗଡ ଓ ସୋରିପଡ଼ା ଏକ ଅଣଜଳସେଚିତ ଅଞ୍ଚଳ । ଏଠାରେ ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ପରିସ୍ଥିତି ଦେଖା ଦେଉଛି । ଗତ କିଛିବର୍ଷ ହେବ ମରୁଡି ସହଣି କପା, ମକା ସହ ତୈଳବୀଜ ଜାତୀୟ ଫସଲକୁ ଚାଷୀ ଆପଣେଇ ନେଇଛନ୍ତି । ଚଳିତ ବର୍ଷ ଚାଷୀ ମକା ଚାଷରୁ ଭଲ ରୋଜଗାର କରିବାକୁ ଆଶା ବାନ୍ଧିଥିଲେ । କିନ୍ତୁ ବରାହ ଉପଦ୍ରବ ଯୋଗୁଁ  ଚାଷୀ ଅନ୍ତ ସାହୁ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଏଣୁ ଚାଷୀଙ୍କ ବରାହ ଉପଦ୍ରବର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଜଟଗଡ଼ର ଅନ୍ତ ସାହୁ ଓ ଅନ୍ୟାନ୍ୟ ଚାଷୀମାନେ   ଦାବି କରିଛନ୍ତି ।