ବିରିବାଡି ଠାରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ…

ଚିଲିକା(ସଂଗ୍ରାମ ରଣା):ଚିଲିକା ବ୍ଲକ୍ ବିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ପରିସରରେ ଚିଲିକା ବ୍ଲକ୍ କ୍ରୀଡା ସଂଗଠନ ତରଫରୁ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼ାକ୍ଟର ବିଭୂତି ଭୂଷଣ ହରିଚନ୍ଦନ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଚିଲିକା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ତଥା ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କୁନା ମହତ୍ୱଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିଲା । ଚିଲିକା ବ୍ଲକ୍ କ୍ରୀଡା ସଂଗଠନର ସମ୍ପାଦିକା ପ୍ରତିମା ସୁନ୍ଦରୀ ଦାସ ସ୍ବାଗତ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ସହିତ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଏହି ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେ ବିରିବାଡି ପଞ୍ଚାୟତର ସମିତି ସଭ୍ୟ ଚରଣ ସେଣ, ନାଏବ ସରପଞ୍ଚ ପଞ୍ଚାନନ ସାହୁ, ପୂର୍ବତନ ସରପଞ୍ଚ ତଥା ସମାଜ ସେବୀ ଦୁର୍ଗା ଚରଣ ହରିଚନ୍ଦନ, ବଡପଦର ଆରୋବିନ୍ଦ ପୁରାନଙ୍ଗ ଶିକ୍ଷା କେନ୍ଦ୍ରର ଅଧକ୍ଷ ସୁରେନ୍ଦ୍ର ନାଥ ରାଉତରାୟଙ୍କ ସମେତ ଦୁଇ ଯୁବ ସାମ୍ବାଦିକ ସୁଧୀର କୁମାର ବେହେରା, ସଂଗ୍ରାମ ରଣା ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଅବସରରେ ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵଙ୍କ ସମେତ ଖେଳ ଶିକ୍ଷକ ଓ ସମ୍ପାଦିକା ପ୍ରତିମା ସୁନ୍ଦରୀ ଦାସ ଯୋଗ ଦେଇଥିଲେ । ଏଥିରେ ଚିଲିକା ବ୍ଲକର ୪୦୦ ଜଣ କ୍ରୀଡା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ, ଏଥିରେ ୬ ଟି ବିଭାଗ ଯଥା:- କବାଡି, ଭଲିବଲ୍, ଖୋଖୋ, ବ୍ୟାଡମିଣ୍ଟନ୍, ଚେସ, ଯୋଗ କ୍ରୀଡ଼ାରେ ସମସ୍ତେ ଭାଗ ନେଇଥିଲେ । ଉକ୍ତ ପ୍ରତିଯୋଗିତାରେ ୧୬ତି ଉଚ୍ଚ ବିଦ୍ୟାଳୟ, ୨ଟି ମହାବିଦ୍ୟାଳୟ ଓ ଚିଲିକା ବ୍ଲକର ସମସ୍ତ ଉପ୍ରା ପ୍ରାଥମିକ ବିଦ୍ୟାଳୟ ଓ ଗାଇନଡ଼ା ଆଦର୍ଶ ବିଦ୍ୟାଳୟ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଖେଳ ଶିକ୍ଷକ ଲୋକନାଥ ପାଇକରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।