ରାୟଗଡରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ସଭା ପୂର୍ବରୁ ଚେୟାର ଫୁଲ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆରମ୍ଭ ବେଳେ ସଭାସ୍ଥଳ ପୁରା ଖାଁ ଖାଁ…..

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବହୁ ଆଡ଼ମ୍ବର ସହକାରେ ମଙ୍ଗଳବାର ସୁଭଦ୍ରା ଯୋଜନାରେ ଶୁଭାରମ୍ଭ ହୋଇଯାଇଛି l ବିଡିଓ ସୁଧୀର କୁମାର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମହିଳାମାନଙ୍କ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭ ବେଳେକୁ ସବୁ ଚେୟାର ଖାଲି ପଡିବା ସଭା ସ୍ଥଳ ଖାଁ ଖାଁ ହୋଇ ଥିବା ଦେଖିବାକୁ ମିଳିଥିଲା l କିଛି ହାତଗଣତି କର୍ମଚାରୀ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମବିକେ, ସିଆରପି ଓ ମିଶନ ଶକ୍ତିର କିଛି କର୍ମଚାରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ମଧ୍ୟ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ଯୋତି ପ୍ରସାଦ ପାଣିଙ୍କ ଅନୁପସ୍ଥିତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୁଚିସ୍ମିତା ମାଝି, ସିଡିପିଓ ବି. କମଳାଙ୍ଗୀ, ଭାରପ୍ରାପ୍ତ ଜିପିଓ ସେନାପତି ଶବରଙ୍କ ସମେତ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ l