ସିନାପାଲି(ପରମେଶ୍ୱର ମେହେର): ଓଡିଶାର ମହିଲା ମାନଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୁଗାନ୍ତକାରି ସୁଭଦ୍ରା ଯୋଜନାର ଶୁଭ ଉଦଘାଟନ ହୋଇଥିବା ବେଲେ ଆବାସ ଯୋଜନାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ନୂଆପଡା ଜିଲ୍ଲା ସିନାପାଲି ନୋଡାଲ ହାଇସ୍କୁଲ ପରିସରରେ ପ୍ରଦର୍ଶିତ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସିନାପାଲି ବିଡିଓ ଅବିଭାଶ ଲାକ୍ରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ତହସିଲଦାର ଉପାଞ୍ଜଲି ମାଝି, ସିଡିପିଓ ଝରଣା ସତପଥୀ, ଉପାଧ୍ୟକ୍ଷା ମିନା ଘିଭେଲା, ମିଶନଶକ୍ତି ବିପିସି ବିଜୟ କୁମାର ଭିତ୍ରିଆ, ଗ୍ରାମିଣ ଜିବିକା ମିଶନ ଅଧିକାରୀ ଶରତଚନ୍ଦ୍ର ଦିପ, ବିଏଲସି ରୋହିତ ସୁନାନୀ, ସିପି ଦେବାଶିଷ ପ୍ରଧାନ, ସିନାପାଲି ସରପଞ୍ଚ ସଂଘ ସଭାପତି ଖୁଟୁରାମ ସୁନାନୀ, ଖରସେଲ ଗ୍ରାମ ପଂଚାୟତ ସରପଞ୍ଚ ବୀରେନ୍ଦ୍ର କୁମାର ଖମାରି ସମିତିସଭ୍ୟ ସଭାପତି ମନିଷ ପଟେଲ, ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ଅନ୍ୟତମ ଜିଲ୍ଲାପରିଷଦ ସଭ୍ୟ ଆଶା ଜୈନ, ସାଂସଦ ପ୍ରତିନିଧି ମିଥୁନ ବାଗ, ଅଙ୍ଗନୱାଡ଼ି କର୍ମୀ ଉର୍ମିଳା ସୁନାନୀ, ପ୍ରେମବଲ୍ଲଭି ହରପାଳ, କବିତା ସାହୁ, ଅଙ୍ଗନୱାଡି କର୍ମୀ, ଏମବିକେ, ସିଆରପି, ଏସଏଚଜି ମହିଲା, ଇସି ମେମ୍ବର, ସୁପରଭାଜର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆବାସ ଯୋଜନାରେ ୧୨ ଗୋଟି ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିବା ବେଳେ ୧୩୫ ହିତାଧିକାରୀଙ୍କ ଗୃହ ପ୍ରବେଶର କାର୍ଯକ୍ରମ ହୋଇଥିଲା । ଶେଷରେ ମିଶନଶକ୍ତି ବିପିସି ବିଜୟ ଭିତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଉପସ୍ଥିତ ରହି ବେଶ୍ ଖୁସି ଅନୁଭବ କରିଥିଲେ ।