ନୁଆପଡା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବେଲରଦନା ସ୍ଥିତ ଗଉନ୍ତିଆପଡା ଠାରେ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ପଡାର ଶତାଧିକ ମହିଳା ଓ ପୁରୁଷ ଗ୍ରାମର ପିଲା ସାଗରବନ୍ଧରୁ ଜଳ ପୁର୍ଣ୍ଣ କଳସି ଆଣି ପୁଜକ ରିତି ନିତି ଅନୁସାରେ କଳସ ସ୍ଥାପନ କରିଥିଲେ । ଏହି ପୂଜା ପ୍ରତିବର୍ଷ ଜାକଜକମରେ ପାଳନ କରାଯାଇଥାଏ । ଏହି ବର୍ଷ ବିଶ୍ଵକର୍ମା ପୂଜାରେ ପାଳନ ଧରୁଆ ଓ ତାଙ୍କର ଧର୍ମପନ୍ତ୍ରୀ ଇନ୍ଦୁମତି ଧରୁଆ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିବା ବେଲେ ପୂଜକ ଶ୍ରୀମାନଭଞ୍ଜନ ତ୍ରିପାଠି ରିତି ନିତି ଅନୁସାରେ ପୂଜାପାଠ କରିଥିବା ସଙ୍ଗେସଙ୍ଗେ ଗାଁର ଦୁଇ ଚକିଆ ଓ ଚାରି ଚକିଆ ଯାନକୁ ପୂଜକ ଶ୍ରୀ ତ୍ରିପାଠି ପୂଜାକରିଥିଲେ । ଏହି ପୂଜାରେ ଗଉନ୍ତିଆ ପଡାର ବିଶ୍ଵକର୍ମା ପୂଜା କମିଟିର ସୁଜନ ମାଝୀ, ନିରଞ୍ଜନ ମାଝୀ, ନିଲାମ୍ବର ଧରୁଆ, ନିରନ ଧରୁଆ, ପୁନିତ ଧରୁଆ, ଛନ୍ଦ ଧରୁଆ, ଭୁମରାଜ ଧରୁଆ, ଢଲିନ ଧରୁଆ, ରହିତ ଧରୁଆ, ମକୁନ୍ଦ ଧରୁଆ, କାନ୍ତ ଧରୁଆ, ତୁଲାରାମ ଧରୁଆ, ନେପାଲ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।