ଘୁ.ଉଦୟଗିରିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ଖେଳ ପଡ଼ିଆ ଠାରେ ମଙ୍ଗଳବାର ଅପରାହ୍ନ 12 ଘଣ୍ଟିକାରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଭିଡିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି I ଭିଡିଓ କନଫରେନ୍ସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି  I ସେହି ଭଳି ଆଜି ସ୍ଥାନୀୟ ବିଡିଓ ମନୋଜ କୁମାର ଦେବତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭିଡିଓ କନଫରେନ୍ସୀ ମାଧ୍ୟମରେ ସୁଭଦ୍ରା ଯୋଜନାର ସିଧାପ୍ରସାରଣ ଏବଂ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ବ୍ଲକର ବହୁ ସଂଖ୍ୟାରେ ମହିଳାଙ୍କ ଆଜି ଉକ୍ତ କାର୍ଯ୍ୟକ୍ରମରେ ଜନ ସମାଗମ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଉପାଧ୍ୟକ୍ଷ ଏନ. ଲୁକ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଏନଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥି, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସମସ୍ତ କାଉନସିଲର, ସାଂସଦଙ୍କ ପ୍ରତିନିଧି ମାନଗୋବିନ୍ଦ ପ୍ରଧାନଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ I