“ସୁଭଦ୍ରା “ଯୋଜନାର ଶୁଭାରମ୍ଭ ଭର୍ଚୁଆଲରେ ସାମିଲ ହେଲା ଗୋଲାମୁଣ୍ଡା ବ୍ଲକ…..

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ ): ମହିଳା ସଶକ୍ତି କରଣ ଓ ଆତ୍ମ ନିର୍ଭରଶୀଳ ଉପରେ ଆଧାରିତ ରାଜ୍ୟ ସରକାରଙ୍କ ଅଭିନବ ଯୋଜନା”ସୁଭଦ୍ରା”ର ଶୁଭାରମ୍ଭ ଆଜି ହୋଇଯାଇଛି । ରାଜ୍ୟର ୨୫ ଲକ୍ଷ୍ୟ୧୧ ଜଣ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଯାଇଛି ପାଞ୍ଚ ହଜାର ଟଙ୍କା । ତତ୍ ସହିତ ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସର ପ୍ରଥମ କିସ୍ତି ଦିଆଯାଇଛି । ଯାହା ଓଡ଼ିଶାବାସୀଙ୍କ ପାଇଁ ନେଇ ଆସିଛି ଦୁଇଗୁଣିତ ଖୁସି l ଏହି ପରିପ୍ରେକ୍ଷୀରେ ଭର୍ଚୁଆଲ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ  କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସାଂସଦ ପ୍ରତିନିଧି ପ୍ରସନ୍ନ ରାଉତ ଉପସ୍ଥିତ ଥିବାବେଳେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ କୁମାର ନାଏକ, ସିଡ଼ିପିଓ କେ. ଉଷା ଲକ୍ଷ୍ମୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ତତ୍ ସହିତ ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନର ସମସ୍ତ କର୍ମଚାରୀ, ବିଜେପି କର୍ମୀ, ଏମ ବି .କେ.ସି ଆର ପି ଓ ହଜାର ହଜାର ଏସ .ଏଚ .ଜି ମହିଳା ଉପସ୍ଥିତ ହୋଇଥିଲେ । ବାସ୍ତବରେ ନାରୀ ସଶକ୍ତି କରଣ ଓ ଆତ୍ମନିର୍ଭରଶୀଳ ଉପରେ ଆଧାରିତ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହିତ ସାଧୁବାଦ୍ ଦେଇଥିଲେ ବ୍ଲକ ବାସୀ l