କୋକସରା ବ୍ଲକରେ ସୁଭଦ୍ରା ଯୋଜନା ଲୋକାର୍ପଣ ସମାରୋହ ଅନୁଷ୍ଠିତ…..

କୋକସରା(ତ୍ରିଲୋକ୍ୟ ବେଶ୍ରା): ସେପ୍ଟେମ୍ବର ୧୭ ତାରିଖରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସ ଅବସରରେ ଓଡିଶା ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ପାଳିରେ  ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଜନ୍ମ ଦିବସ ପାଳନ ସହ ଓଡିଶାରେ ବିଜେପି ମୋହନ ସରକାରଙ୍କ ୧୦୦ ଦିନ ପୁର୍ତ୍ତୀ ଅବସରରେ  ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଥିବା ବେଳେ ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା  ଲୋକାର୍ପିତ ହୋଇଛି । ଏହି ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷର ଯୁବତୀ ଓ ମହିଳାମାନେ ବର୍ଷକୁ ୨ଟି କିସ୍ତିରେ ୧୦ ହଜାରର ପ୍ରୋତ୍ସାହନ ରାଶି ପାଇବାକୁ ମାନଦଣ୍ଡ ରହିଛି । ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଗତ ସାଧାରଣ ନିର୍ବାଚନ ପୂର୍ବରୁ  ବିଜେପି ସରକାର ଦେଇଥିବା ସୁଭଦ୍ରା ଯୋଜନାର ପ୍ରତିଶୃତି ପୂରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଙ୍କ ଜନ୍ମ ଦିବସ ଅବସରରେ ମଙ୍ଗଳବାର ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରାଯାଇଛି । ଭୁବନେଶ୍ବର ଠାରେ ପ୍ରଧାନମନ୍ତ୍ରୀ ମୋଦି ଜି ଏହି ଯୋଜନାକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଉଦଘାଟନ ସମାରୋହରେ ବିଡ଼ିଓ ସ୍ନେହାପ୍ରଭା ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ଉପସ୍ଥିତ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ରାଜ୍ୟରେ ମୋହନ ସରକାର ଦେଇଥିବା ପ୍ରତିଶୃତି ଆଜି ପୁରଣ ହୋଇଛି । ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଳି ମତ ପ୍ରକାଶ କରିଛନ୍ତି । ଆଗକୁ ବିକଶିତ ଓଡ଼ିଶାର ଗଠନରେ ଓଡିଶା ବାସୀ ନିଜର ଦାୟିତ୍ୱ ନିଭାଇବା ପାଇଁ ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ନବୀନ କିଶୋର ପାଢ଼ୀ ମଞ୍ଚରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ବିଜେପିର କର୍ମକର୍ତ୍ତା  ଦୁର୍ଗା ପ୍ରଧାନୀ, ତ୍ରିନାଥ ଶବର, ଗରୁଡ଼ ଧ୍ଵଜ ମାଝୀ, କ୍ଷେତିରାମ ପାତ୍ର, ନରେନ୍ଦ୍ର ପ୍ରଧାନୀ, ଶାରଳା ପ୍ରଧାନୀ, ସୁଶିଳ ପାଢ଼ୀ, ପ୍ରମୋଦ ପ୍ରଧାନୀ, ମନୋଜ ନାଏକ, ନବୀନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମିଶନ ଶକ୍ତି ଅଧିନସ୍ଥ ମହିଳା କର୍ମଚାରୀ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଉପସ୍ଥିତ ରହି ସୁଭଦ୍ରା ଯୋଜନାର ଅନେକ ଦିଗ ଉପରେ ପରାମର୍ଶ ନେଇଥିଲେ ।