ବୌଦ୍ଧ(ଆବୁବକ୍କର ସିଦ୍ଧିକ ଖାନ): ଆନ୍ତଃଜିଲ୍ଲା ବାଇକ୍ ଚୋରୀ ଗ୍ୟାଙ୍ଗ ଗିରଫ । ୪ ଜଣ ଚୋରଙ୍କୁ ଗିରଫ କଲା ବୌଦ୍ଧ ଆଦର୍ଶ ଥାନା ପୁଲିସ । ୧୨ଟି ବାଇକ ଜବତ କକରିବାରେ ସଫଳ ହୋଇଛି ପୁଲିସ । ଜବତ ବାଇକ ବୌଦ୍ଧର ବିଭିନ୍ନ ଅଂଚଳରୁ ଚୋରୀ ହୋଇଥିବା ପୁଲିସ କହିଛି । କିଛି ବାଇକ କନ୍ଧମାଳ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ ବିକ୍ରି ହୋଇଥିଲା । ଗିରଫ ଅଭିଯୁକ୍ତ ବିଜୟ ନାଏକ, ସୁରେନ୍ଦ୍ର ଜଗଦଳା, ଅରୁଣ ନାଏକ ଓ ଅନିଲ ସାହୁ । ଗିରଫ ଚୋର ସମସ୍ତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳର ହୋଇ ଥିବା ପୁଲିସ କହିଛି ।