ରା.ଉଦୟଗିରିରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଡିବିଟି ଟ୍ରାନସଫର ଶୁଭାରମ୍ଭ….

ରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ରାଜ୍ୟ ସାରା ଚଳଚଞ୍ଚଳ ଓ ଚମକାଇ ଦେଇଥିବା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ସହାୟତା ରାଶି ସିଧା ହିତାଧୀକାରୀ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ ୫୦୦୦ ଟଙ୍କା ଯିବାଲାଗି ଶୁଭାରମ୍ଭ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ।  ନାରୀକୁ ଶଶକ୍ତି କରଣ କରିବା ଲାଗି ଓଡିଶାରେ ନୂତନକରି ଆସିଥିବା ମୋହନ ସରକାରଙ୍କ ତଥା କେନ୍ଦ୍ର ବିଜେପି ସରକାରଙ୍କ ନିର୍ବାଚନ ଇସ୍ତାହାରର ଘୋଷିତ ଏକ ଯୋଜନା ସୁଭଦ୍ରା ଯାହା ଏବେ ସଫଳ ହୋଇଛି । ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୪ ତମ ଜନ୍ମ ଦିବସ ହୋଇଥିବା ବେଳେ ପ୍ରଥମ ଥର ସେ ନିଜର ଜନ୍ମଦିବସ ଓଡିଶାରେ ପାଳନ କରୁଛନ୍ତି । ଏହି ଅବସରରେ ସେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ହିତାଧିକାରୀ ଖାତାକୁ ଯିବାସହ ପ୍ରଧାନ ମନ୍ତ୍ରୀ ଆଓ୍ବାସ ଯୋଜନାର ନୂତନ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ପୂର୍ବରୁ ପାଇଥିବା ହିତାଧିକାରୀଙ୍କ ଗୃହପ୍ରବେଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ରା.ଉଦୟଗିରି  ଶିବ ମନ୍ଦିର ପଡିଆଠାରେ ଏକ ସଭା ଆଯୋଜନ  କରାଯାଇଥିଲା ।  ୫୦୦୦ ଉର୍ଦ୍ଧ ମହିଳାଗୋଷ୍ଠୀ ଯଥା ଅଙ୍ଗନୱାଡ଼ି, ଆଶା, ସିଆରପି, କୃଷିମିତ୍ର, ଓଏଲଏମ ଓ  ଏସଏଚଜି ମହିଳା ତଥା ଅନେକ ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ପିଇଓ,ଏପିଇଓ ,କନିଷ୍ଠ ବରିଷ୍ଠ ଯନ୍ତ୍ରୀମାନଙ୍କ ଏକ ବିରାଟ ସମାବେଶ ହୋଇଥିଲା । ଏହି ସମାବଶରେ ଭର୍ଚୁଏଲ ମାଧ୍ୟମରେ ଓଡିଶାର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅବିଭାଷଣ ରଖିଥିଲେ। ସିଡିପିଓ ଲଳିତା ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସଲ, ତହସିଲଦାର ଜ୍ୟୋତିର୍ମୟ ଦାସ, ଜିଲ୍ଲାପରିଷଦ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ  ମଞ୍ଚାସୀନ ଥିବାବେଳେ ବିଏସଏସଓ ଅରୁଣ ଉଦୟଭାନୁଙ୍କ ତତ୍ବାବଧାନ ତଥା ବ୍ଲକର ସମସ୍ତ କର୍ମଚାରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।