ଅନ୍ୱେଷାରେ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର); କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଅନ୍ୱେଷା ହଷ୍ଟେଲରେ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ହଷ୍ଟେଲ ସୁପରିଟେଣ୍ଡଣ୍ଟ ସୁଧିର କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ସାହୁ ଏବଂ ଡାକ୍ତର ସତ୍ୟନାରାୟଣ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ନିଜର ବିଜ୍ଞାନ ପରୀକ୍ଷା ଉପକରଣ ନେଇ ଛାତ୍ର ଛାତ୍ରୀଙ୍କୁ ତାକଂର ପାଠ୍ୟକ୍ରମରେ ଥିବା ବିଜ୍ଞାନକୁ ପରୀକ୍ଷା କରି ପିଲାମାନଙ୍କୁ ଦେଖାଉଥିବା ବେଳେ ଛାତ୍ର ଛାତ୍ରୀମାନେ ଉଛୁକତାର ସହିତ ଦେଖିବା ସହିତ ଏହା ଭବିଶ୍ୟତରେ ବହୁତ ଉପାଦୟ ହେବ ବୋଲି କହିଛନ୍ତି । ଡାକ୍ତର ଶ୍ରୀ ପଟ୍ଟନାୟକ ଚାଲିଥିବା ବର୍ଷା ରୁତୁରେ କିଭଳି ନିଜର ଯତ୍ନ ନେବା ସହିତ ଡେଗୁଂ, ମେଲେରିଆ, ଡାଇରିଆରୁ କିଭଳି ରକ୍ଷା ପାଇ ପାରିବା ଏହା ସହ ଯୋଗ ପ୍ରାଣାୟାମ କରି କିଭଳି ରୋଗ ପ୍ରତିରୋଧକ ଶକ୍ତି ବଢେଇ ପାରିବା ତାହାରି ଉପରେ ସଚେତନ କରିଥିଲେ । ଏଥିରେ ସତାଧିତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।