ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରର ବିଭିନ୍ନ ଘରୋଇ ଅନୁଷ୍ଠାନ ସହିତ ସରକାରୀ କାଯ୍ୟାଳୟରେ ଅନୁଷ୍ଠିତ ହୋଇଛି ବିଶ୍ୱକର୍ମା ପୂଜା । ଏଥି ପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଛନ୍ତି ଦେବ ଶିଳ୍ପୀ ବିଶ୍ୱକର୍ମା । ଘୁ.ଉଦୟଗିରି ସହରରେ କୁଶଳି କାରିଗର ସଂଘ,ବିଶ୍ୱକର୍ମା ସଂଘ, ବିଦ୍ୟୁତ୍ ବିଭାଗ ସହିତ ପିଏଚଡି ତରଫରୁ ଧୁମଧାମରେ ପାଳିତ ହୋଇଛି ବିଶ୍ୱକର୍ମା ପୂଜା । ପିଏଚଡି ତରଫରୁ ଆୟୋଜିତ ବିଶ୍ୱକର୍ମା ପୂଜାରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହ ଯନ୍ତ୍ରୀ ରକଂନିଧି ମାଝି, ଦିନବନ୍ଧୁ ପଟେଲ ସହରାଞ୍ଚଳ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସୀତାସୁଂ କବିଙ୍କ ସହିତ ବିଭାଗ ତରଫରୁ ଦଣ୍ଡପାଣି ପାଢୀ, ବିଳାଶ ଲେକାଂ, ନରେସ ଚନ୍ଦ୍ର ପ୍ରଧାନ, ଦେବରାଜ ଗୌଡ, ରାଜାରାମ ଲେକାଂ ପ୍ରମୁଖ ସହଯୋଗ କରିଥିଲେ।