ଖୁଦପେଜ୍ ଗ୍ରାମପଞ୍ଚାୟତ ରେ ନିର୍ମାଣ ଧୀନ ଗ୍ରାମୀଣ ଉଦ୍ୟାନକୁ ଜିଲ୍ଲାପାଳଙ୍କ ପରିଦର୍ଶନ…..

ନୁଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଖୁଦପେଜ୍ ଗ୍ରାମପଞ୍ଚାୟତରେ ନିର୍ମାଣ ଧୀନ ଗ୍ରାମୀଣ ଉଦ୍ୟାନକୁ ଜିଲ୍ଲାପାଳ ମଧୁସୂଦନ ଦାସ ପରିଦର୍ଶନ କରିଛନ୍ତି । ଉଦ୍ୟାନ ଗ୍ରାମାଞ୍ଚଳରେ ଶିଶୁଙ୍କ ଆମୋଦ ପ୍ରମୋଦ କେନ୍ଦ୍ର ରୂପେ ମାନସିକ ବିକାଶ ପାଇଁ ଅନେକ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉଦ୍ୟାନଟି ୨୮ ଲକ୍ଷରୁ ଉର୍ଦ୍ଧ ଅର୍ଥରେ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଅଛି । ଏହି ଉଦ୍ୟାନ ମନରେଗା ଯୋଜନାରେ ଶ୍ରମିକ ଏବଂ ସାମଗ୍ରୀ ଅନୁପାତରେ ଖର୍ଚ୍ଚ ହୋଇଅଛି । ଆସନ୍ତା ଏକ ମାସ ମଧ୍ୟରେ ଏହି ଉଦ୍ୟାନ ନିର୍ମାଣ କାର୍ଯ୍ୟ ସମାପନ କରି ଲୋକଙ୍କ ଉଦେଶ୍ୟରେ ଲୋକାର୍ପିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଏହି ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତା, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଖଡିଆଳ ବିଡ଼ିଓ ନରସିଂହ ଗଡବା, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଏପିଓ ପ୍ରଦୀପ ଓଝା, ଖଡିଆଳ ବ୍ଲକ ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ, ସରପଞ୍ଚ, ପଞ୍ଚାୟତ ଅଧିକାରୀ ଯୋଗ ଦେଇଥିଲେ ।