ନୂଆପଡ଼ା(ବିରବଲ ପ୍ରଧାନ): ସ୍ଥାନୀୟ ପୁଲିସ ପଡିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପ ଠାରେ ରବିବାର ନୁଆପଡ ଜିଲ୍ଲା କୁଳତା ସମାଜ ପକ୍ଷରୁ ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କୁଳତା ସମାଜର କୂଳ ଦେବତା ବା ଇଷ୍ଟଦେବୀ ରଣେଶ୍ବର ରାମଚଣ୍ଡିଙ୍କୁ ସର୍ବପ୍ରଥମେ ପୂଜା ଅର୍ଚ୍ଚନା କରି ଶତାଧିକ ମହିଳା ପୁରୁଷ ସ୍ଥାନୀୟ ପୁଲିସ ପଡିଆରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଇଷ୍ଟଦେବୀ ଠାରେ କଳସ ସ୍ଥାପନ ପରେ ନୂଆଁଖାଇ ସଭା ଆରମ୍ଭ ହୋଇଥିଲା । କୁଳତା ସମାଜ ଜିଲା ସଭାପତି ତଥା ବିଶିଷ୍ଟ ସମାଜସେବି ସରୋଜ କୁମାର ସାହୁ (ଭୈରବ)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବରଗଡ ଜିଲା ବିଜେପୁର ବିଧାୟକ ସନତ କୁମାର ଗଡତିଆ ମୁଖ୍ୟ ଅତିଥ୍, ବ୍ଲକ ସଭାପତି ଲାଦେରପାଳି ଦିବାକର ପ୍ରଧାନ, ପାଇକମାଲ ସଭାପତି ନିତ୍ୟାନନ୍ଦ ପ୍ରଧାନ, ଜିଲା ଉପସଭାପତି ପ୍ରଦୀପ ସାହୁ, କୋମନା ବ୍ଲକ ସଭାପତି ବୈରାଜ ସାହୁ, କାଳିଆ ପ୍ରଧାନ, ସମାଜସେବି ବିରେନ୍ଦ୍ର ପ୍ରଧାନ, ନୂଆପଡା ବ୍ଲକ ସଭାପତି ରଞ୍ଜିତ ପ୍ରଧାନ, ଜିଲା ସମାଜ ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଡା.ଲଲିତ ମୋହନ ବିଶି, ଭୋଳାନାଥ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କୁଳତା ସମାଜର ମୁଖ୍ୟ ଜୀବିକା ହେଲା ଚାଷ କରିବା, ଚାଷ କାର୍ଯ୍ୟ ଛଡା ଅନ୍ୟ କାର୍ଯ୍ୟରେ ମଧ୍ୟ କୁଳତା ସମାଜ ବହୁ ଅଗ୍ରଗତି କଲାଣି । ଶିକ୍ଷା, ସ୍ବାସ୍ଥ୍ୟ, ନାରୀ ଶିକ୍ଷା ଉପରେ ଗୁରୁତ୍ବ ଦେଇ ଅନ୍ଧ ବିଶ୍ବାସ, କୁସଂସ୍କାରକୁ ଦୁରେଇ ଦେଇ ସମାଜ ସଚେତନ ହେଲେ ସମାଜ ବହୁ କ୍ଷେତ୍ରରେ ଆଗକୁ ଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କ୍ରମରେ ସମାଜ ସେବା କାର୍ଯ୍ୟରେ ଆଗେଇ ଆସିଥିବା ସରୋଜ ପ୍ରଧାନ, ସାଧବ ପ୍ରଧାନ, ଚିନ୍ତାମଣି ପ୍ରଧାନ ଓ ଜାତୀୟ ଚେସ ଖେଳରେ କୃତିତ୍ୱ ଅର୍ଜନ କରିଥିବା ସୌନ୍ଦର୍ଯ୍ୟ ପ୍ରଧାନକୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ନୂଆଁଖାଇ ଉପଲକ୍ଷେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଲୟର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଯୋଗୀ ଓ ବିଭିନ୍ନ କ୍ଷେତ୍ରରେ ଜିଲା ତଥା ରାଜ୍ୟରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଫାଲଗୁନୀ ସାହୁ ଓ କିଶୋର ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅଶ୍ୱିନୀ ଭୋଇ, ବ୍ରଜରାଜ ସାହୁ, ଡିଲୁ ପ୍ରଧାନ, ନୀଳମଣି ଭୋଇ, ସାନ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ସନ୍ତୋଷ ବିଶ୍ଵାଳ, ପ୍ରସନ୍ନ ସାହୁ, ମୁକେଶ ଭୋଇ, ଦେବେନ୍ଦ୍ର ପ୍ରଧାନ, କାମେଶ ପ୍ରଧାନ, ମୋହିତ ପ୍ରଧାନ, ରମେଶ ପାତ୍ର, ହେମ ସାଗର ସାହୁ, ଧୃବ ପ୍ରଧାନ, ଶ୍ୟାମଲାଲ ପ୍ରଧାନ, ଦୁର୍ଲ୍ଲଭ ବିଶ୍ଵାଳ, ବିରବଲ ପ୍ରଧାନ,ବିଶ୍ବଜିତ ଭୋଇ, ନନ୍ଦିଘୋଷ ଖମାରୀ, ପ୍ରମୁଖ ସହଯୋଗ କରିଥିଲେ ।