ଭାଲୁ ଆକ୍ରମଣରେ ଦୁଇ ମହିଳା ଗୁରୁତର…..

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ କୋଟ୍ରିବାହାଲ ଗାଁରେ ଭାଲୁ ଆକ୍ରମଣରେ ୨ଜଣ ମହିଳା ଗୁରୁତର ହୋଇଛନ୍ତି I ଆହତ ଦୁଇ ମହିଳା ହେଲେ କୌଶଲ୍ୟା ଭୋଇ (୩୮) ଓ ଚୌମନି କେତକୀ (୪୨) ବୋଲି ଜଣାପଡ଼ିଛି l ରବିବାର ଭୋର ସକାଳୁ ଦୁଇ ମହିଳା କୋଟ୍ରିବାହାଳ ଗାଁ ନିକଟସ୍ଥ ପୋଖରୀକୁ ଶୌଚହେବା ପାଇଁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକା ହୋଇଥିଲେ l ଖବରପାଇ କୋମନା ବନବିଭାଗ ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତ ୨ ମହିଳାଙ୍କୁ ଊର୍ଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l ବନବିଭାଗ ପକ୍ଷରୁ ଭାଲୁ ଘଉଡ଼ାଇବା ପାଇଁ ଗାଁରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି।