ପୁରୀ(ମାନସ କୁମାର ଦାସ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଗଡବଳରାମପୁର ପଞ୍ଚାୟତର ଶ୍ରୀରାମ ବଜାରରେ ଥିବା ମା”ଜାଗୁଳାଇ ମେଡିସିନ ଷ୍ଟୋରରୁ ବିଳମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ କବାଟକୁ ତାଡି ଚୋରି କରିଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇ ଥିଲା । ସୂଚନାଯୋଗ୍ୟ ଗତକାଲି ରାତିରେ ସବୁଦିନ ଭଳି ଦୋକାନ ବନ୍ଦ କରି ତ୍ରୀଲୋଚନ ନନ୍ଦ ଘରକୁ ଯାଇଥିଲେ । ସକାଳୁ ପାଖ ଦୋକାନୀମାନେ ଦେଖି ତୁରନ୍ତ ତ୍ରୀଲୋଚନଙ୍କୁ ଜଣାଇଥିଲେ । ତ୍ରୀଲୋଚନ ଆସି ଦେଖିଲା ବେଳକୁ କବାଟ ଭାଙ୍ଗି ବେବିଫୁଡ, ମେଡିସିନ ଏବଂ ଟଙ୍କା ଚୋରି ହୋଇ ଥିବା ଦେଖି ଥିଲେ l ଯାହାର ଆନୁମାନିକ ମୂଲ୍ୟ ଏକଲକ୍ଷ ତିରିଶ ହଜାର ଟଙ୍କା ହେବ ବୋଲି ତ୍ରୀଲୋଚନ ଦର୍ଶାଇଛନ୍ତି । ବାରମ୍ବାର ବଜାରରୁ ଚୋରି ହେଉଥିବା ଦୃଷ୍ଟିରେ ରଖି ଦୋକାନ ମାଲିକ ଭିତରେ CCTV ଲଗାଯାଇଥିଲା ।ସିସିଟିଭିରେ ମୁହଁ ଜଣାପଡୁଥିବାରୁ ବଳଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀ ଦିବ୍ୟଶଙ୍କର ପଣ୍ଡା ଏବଂ ଏଏସଆଇ ସସ୍ମିତା ଜେନା ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ହାର୍ଡ ଡିସ୍କ ନେଇ ତଦନ୍ତ ଚଳାଇଛନ୍ତି । ଏଭଳି ବାରମ୍ବାର ବଜାରରେ ଚୋରି ହେଉଥିବାରୁ ବଜାର ସଭାପତି ଶ୍ରୀଧର ପ୍ରଧାନ, ଭରତ ସାହୁ, ବାଲୁଙ୍କି ପଣ୍ଡା ମଧ୍ଯ ଅସନ୍ତୋଷ ପ୍ରକାଶ କରିଛନ୍ତି । ବଜାରରେ ମଦ ଖୁଲମଖୁଲା ବିକ୍ରି ହେଉଥିବାରୁ ଏଭଳି ସମସ୍ୟା ଉପୁଜିଥିବା ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଉଛି ।