କୁର୍ତ୍ତମଗଡ଼ ଠାରେ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେଲା ପ୍ରଭୁ ଗଣେଶଙ୍କ ଭସାଣି ଉତ୍ସବ….

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦ ବ୍ଲକ କୁର୍ତ୍ତମଗଡ଼ ପଞ୍ଚାୟତର ବଜାର ସାହିରେ ଗତ 7/08/24 ରିଖ ଦିନ ପ୍ରଭୁ ଗଣେଶଙ୍କ ପୂଜା କରାଯାଇଥିଲା । ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବହୁ ଆଡମ୍ବର ସହିତ ପୂଜାର୍ଚନା କରାଯାଇଥିଲା । ଆଜି ଅପରାହ୍ନ 5 ଟା 30 ସମୟରେ ପ୍ରଭୁ ଗଣେଶଙ୍କୁ ପୂଜା କରି ଭସାଣି କାର୍ଯ୍ୟକ୍ରମ କରାଯାଇଛି ଏବଂ କୁର୍ତ୍ତମଗଡ଼ ବଜାର ଠାରୁ ପନ୍ଦର ମାଇଲ ଛକ ପର୍ଯ୍ୟନ୍ତ ପ୍ରସେସନ କରାଯାଇଛି । ଏଠାରେ ବହୁତ ଭିଡ ହୋଇଥିବା ଦେଖିବାକୁ ମିଳିଛି । ସବୁଆଡେ ଭସାଣି ବେଳେ ସମସ୍ତେ ଡିଜେ ବଜେଇ ଭସାଣି ପାଇଁ ନେଇଥାନ୍ତି କିନ୍ତୁ ଏଠାରେ ଭିନ୍ନ ପ୍ରକାରେ ଦେଖିବାକୁ ମିଳିଛି । ଏଠାରେ ସଂକୀର୍ତନ କରି ହରେ କୃଷ୍ଣ ହରେ ରାମ ସହିତ ନାଚ ଗୀତ ମାଧ୍ୟ୍ୟମରେ କମ୍ପି ଉଠୁଥିଲା ପୁରା କୁର୍ତ୍ତମଗଡ଼ ବଜାର । ଛୋଟ ଛୋଟ ପିଲା ମଧ୍ୟ୍ୟ ବିଭିନ୍ନ ପ୍ରକାରର ବେଶ ନେଇ ଏଠାରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଆଜିକାର ଗହଳିକୁ ଆଖିଆଗରେ ରଖି ତୁମ୍ବୁଡ଼ିବନ୍ଦ ଥାନରୁ ଅନୁମତି ମାଗିଥିଲେ ଏବଂ ସୁରକ୍ଷା ପାଇଁ ମଧ୍ୟ୍ୟ ପୁଲିସ ପର୍ସ ମୁତୟନ କରିବାପାଇଁ ଅନୁରୋଧ କରିଥିଲେ କମିଟିର ସଦସ୍ୟ । କୁର୍ତ୍ତମଗଡ଼ ବାସୀଙ୍କ ଅନୁରୋଧକୁ ରକ୍ଷା କରି ତୁମ୍ବୁଡ଼ିବନ୍ଧ ପୁଲିସ ମଧ୍ୟ୍ୟ ଏହି କାର୍ଯ୍ୟକ୍ରମରେ ମୁତୟନ ହୋଇଥିଲେ । ଅତି ଶାନ୍ତି ଶୃଙ୍ଖଳା ଭାବରେ ବଜାର ସାହିରୁ ପନ୍ଦର ମାଇଲ ଛକ ପର୍ଯ୍ୟନ୍ତ ପ୍ରସେସନ କରି ପୁଣି ବଜାର ସାହି ରାସ୍ତା ଦେଇ ପୋଖର ରେ ପ୍ରଭୁ ଗଣେଶଙ୍କୁ ଭସେଇ ଦେଇଥିଲେ କୁର୍ତ୍ତମଗଡ଼ ବାସୀ ।