ଗୁମ୍ମା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସିଡିପିଓ ପୁଷ୍ପାଞ୍ଜଳି ସାହୁ ଓ  ମିସନ୍ ଶକ୍ତି ବିପିଏମ୍ ଇଂ ମନ୍ମଥ ପାତ୍ରଙ୍କ ନେତୃତ୍ୱରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଗଣ,ଏମବିକେ, ସିଆରପି, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟା ଯୋଗଦେଇ ଏହି ସୁଭଦ୍ରା ଯୋଜନା ପଦଯାତ୍ରାକୁ ଗ୍ରାମ ଗ୍ରାମ ବୁଲି  ସାଫଲ୍ୟ କରିଥିଲେ । ଏହି ପଦଯାତ୍ରା ସମୟରେ ସେମାନେ ପ୍ରତି ଗ୍ରାମ ସାହି ବୁଲି ସୁଭଦ୍ରା ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହ ସୁଭଦ୍ରା ରଥ ପରିକ୍ରମା କରିଥିଲେ । ଆସନ୍ତା 17 ତାରିଖ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ଆରମ୍ଭ ହେବାକୁ ଯାଉଥିବା ଏହି ଯୋଜନାର ପ୍ରଥମ କିସ୍ତି 17 ତାରିଖରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏହି ଅବସରରେ ବିନା ମୂଲ୍ୟରେ ସୁଭଦ୍ରା ଯୋଜନା ଆବେଦନ, ପାଞ୍ଚ ବର୍ଷରେ ୫୦୦୦୦/- ଟଙ୍କା ଦଶଟି କିସ୍ତିରେ ବିଶ୍ଵ ମହିଳା ଦିବସରେ 5ହଜାର ଓ ରାକ୍ଷୀ ପୂର୍ଣ୍ଣିମା ଅବସରରେ 5ହଜାର ପ୍ରଦାନ କରାଯିବା ସଂପର୍କରେ ଲୋକମାନଙ୍କୁ ବୁଝାଇଥିଲେ ।