ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଅବାଧରେ ସ୍ଥାନେ ସ୍ଥାନେ ମଦ ବିକ୍ର ବଡ଼ଗାଁ ବ୍ଲକ ଅନ୍ତର୍ଗତ କୁରେଇବଗl ଗାଁର ମୁଖ୍ୟ ସମସ୍ୟା ପାଲଟିଛି । ଅବକାରୀ ବିଭାଗ ଓ ପୁଲିସ ପ୍ରସାଶନର ନିରବତା କାରଣରୁ ଗାଁର ବାତାବରଣ ଜଟିଳ ହୋଇ ପଡିଛି । ବିଭିନ୍ନ ସମୟରେ ଗାଁର ମହିଳାମାନେ ମଦ ବିରୋଧି ଆନ୍ଦୋଳନ କରିାସୁଛନ୍ତି । ସଫେଇ ନଦି କୁଳରେ ପ୍ରାୟ 22 ଗୋଟି ଗାତ ଖୋଳି ମହୁଲ ପୋଚ ପ୍ରସ୍ତୁତ କରିବା ଓ ମଦ ତିଆରି ପାଇଁ ଉଦ୍ୟମ କରୁଥିଲେ । ଗତକାଲି ଗ୍ରାମର ମହିଳା ଗୋଷ୍ଠିମାନେ ଏହି ବିଷୟରେ ସୂଚନା ପାଇ ମଦ ରନ୍ଧା ସ୍ଥାନରେ ଚଢାଉ କରି ବହୁଳ ମାତ୍ରାରେ ମଦ ଓ ମହୁଲ ପୋଚ ନଷ୍ଟ କରିବାରେ ସଫଳ ହୋଇଛନ୍ତି । ମହିଳାମାନେ ନିଜସ୍ୱ ଉଦ୍ୟମରେ ନିକଟସ୍ଥ ସଫେଇ ନଦୀ କୂଳରେ ମହୁଲ ପୋଚ ଓ ରନ୍ଧା ମଦକୁ ନଷ୍ଟ କରିଛନ୍ତି । ଏହା ପୂର୍ବରୁ ମହିଳାମାନେ ବଡ଼ଗାଁ ଥାନାର ଆଶିଷ କୁମାର ଜେନା, ଅବକାରୀ ବିଭାଗର ସୁଧୀର କୁମାର ମିଶ୍ରକୁ ଫୋନ ମାଧ୍ୟମରେ ଜଣାଇଥିଲେ ମାତ୍ର ଅଧିକାରୀମାନେ ଆମେ ଅନ୍ୟ କାମରେ ବ୍ୟସ୍ଥ ଅଛୁ ଆଜି ଯାଇପାରିବୁ ନାହିଁ ଏବଂ ତୁମେ ମହୁଲ ପୋଚକୁ ନଷ୍ଟ କରିଦିଅ ବୋଲି କହିଲା ପରେ ମହିଳା ମାନେ ନିଜସ୍ୱ ଉଦ୍ୟମରେ ମଦ ଓ ପୋଚ ନଷ୍ଟ କରିଥିଲେ ।