ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମପଞ୍ଚାୟତର 16ନମ୍ବର ୱାର୍ଡ ରିଟୁଡ଼ିରେ ପୁଣି ହାତୀ ପଲର ଉପଦ୍ରଵ ଦେଖିବାକୁ ମିଳୁଛି l ଯାହା କି କିଛି ମାସର ବ୍ୟବଧାନ ପରେ ପୁଣି ହାତୀପଲ ଫେରି ଥିବା କୁହା ଯାଇଛି l ଗତକାଲି ବିଳମ୍ବିତ ରାତ୍ରିରେ ପାଖାପାଖି 10ରୁ ଉର୍ଦ୍ଧ ହାତୀ ରେଟୁଡ଼ି ଗ୍ରାମରେ ପଶି ଧାନ ବିଲ ନଷ୍ଟ କରିଥିବା ଚାଷୀମାନେ ସୂଚନା ଦେଇଛନ୍ତି l ଏହି ହାତୀପଲ ରାତ୍ରୀ ପାଖାପାଖି 11ଘଣ୍ଟା ସମୟରୁ ସକାଳ 5 ଘଣ୍ଟିକ ସମୟ ପର୍ଯ୍ୟନ୍ତ ଉପଦ୍ରଵ କରିବା ସହ ନିମିର ପ୍ରଧାନଙ୍କ ମିଲ ଘର ମଧ୍ୟ ଭାଙ୍ଗି ଥିବା କହିଛନ୍ତି ଗ୍ରାମ ବାସୀ l କିଛି ମାସ ପୂର୍ବେ ହାତୀପଲ ଏହି ଅଞ୍ଚଳ ଓ ଘୁ.ଉଦୟଗିରି ବ୍ଲକ ଅଞ୍ଚଳରେ ଦୀର୍ଘ ଦିନ ଧରି ଉପଦ୍ରଵ କରିବା ସହ ଘର ଭାଙ୍ଗି ଥିଲା l ଯାହା ପାଇଁ ଅଂଚଳର ବାସିନ୍ଧା ଭୟଭୀତ ହେବା ସହ ନିଜର ଭିତମାଟି ଛାଡ଼ି ଅନ୍ୟତ୍ର ମଧ୍ୟ ଚାଲି ଯାଇ ଥିଲେ l ଗତକାଲି ହାତୀପଲର ଉପଦ୍ରଵରେ ଅଞ୍ଚଳ ବାସୀ ଭୟଭୀତ ଥିବା କହିଛନ୍ତି l ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ଧନଜୀବନକୁ ସୁରକ୍ଷା ପ୍ରଦାନ ପାଇଁ ଶିକରା ମଳିକ, ପବିତ୍ର ମଳିକ, ଜଗନ୍ନାଥ ମଳିକ, ଗୁମୁରା ସାହୁ, ସରୋଜ ପ୍ରଧାନଙ୍କ ସମେତ ଅନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି l
Prev Post