ପୁରୀ(ମାନସ କୁମାର ଦାସ): ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ପୁରୀ ସାତପଡାରୁ ଜହ୍ନିକୁଦା ଘାଟ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ନିକଟରେ ଫସି ରହି ଥିଲା । ସକାଳେ ଘାଟରୁ ମାତ୍ର ୫ କିଲୋମିଟର ଯିବା ପରେ ଏହି ଘଟଣା ଘଟିଛି । ବୋଟ୍ରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ୧୫ଟି ବାଇକ୍ ରହି ଥିଲା । ଯାତ୍ରୀଙ୍କ ସୂଚନା ଅନୁସାରେ ବୋଟ୍ରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଅନ୍ୟ ଏକ ବୋଟ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଥିଲା ।