କେରଳ ହାତରେ ବନ୍ଧା କନ୍ଧମାଳ ଜିଲ୍ଲାର ଭାଗ୍ୟ: କନ୍ଧମାଳରୁ-କେରଳ ଗଡୁଛି କନ୍ଧମାଳ ଏକ୍ସପ୍ରେସ, ଦାଦନ ମୁକ୍ତ କନ୍ଧମାଳ କେବଳ ନିର୍ବାଚନ ପ୍ରତିଶୃତି କି ?

  • ପ୍ରତ୍ୟକ ଦିନ ଦାଦନ ଖାଟିବା ପାଇଁ ଭିଟାମାଟି ଛାଡୁଛନ୍ତି ଶହ ଶହ ଯୁବ ପିଢି l
  • ନିଶା କାରବାରରେ ଯୁବକ ଓ ଯୁବତୀମାନଙ୍କୁ ବ୍ୟବହାର କରି ମାଲେମାଲ ଦଲାଲ l
  • ସରକାର ଦ୍ରୁଷ୍ଟି  ନଦେଲେ ଯୁବଶକ୍ତି ଶୂନ୍ୟ ହେବ କନ୍ଧମାଳ l
csp

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତା ର ୭୮ ବର୍ଷ ପରେ ମଧ୍ୟ କନ୍ଧମାଳର ଭାଗ୍ୟ ବଦଳି ନାହିଁ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର, ପ୍ରାକୃତିକ ଜଗଂଲ ସଂପଦା ଜିଲ୍ଲାରେ ପେଟ ପୁରୁନଥିବା ବେଳେ ଆଜି ଅନ୍ୟ ରାଯ୍ୟରେ ଦାଦନ ଖଟୁଛି ଯୁବପିଢି । କନ୍ଧମାଳରେ ଜନ୍ମ ହେଲେ କର୍ମକ୍ଷେତ୍ର କେରଳ । ଏହା ଯେମିତି କନ୍ଧମାଳ ଜିଲ୍ଲା ଯୁବ ପିଢିକଂ ଭାଗ୍ୟରେ ଲେଖା ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳ ବିକାଶ ନକରିବା, ଜିଲ୍ଲାର ପ୍ରମୁଖ ଏବଂ ନାଁ କରିଥିବା ହଳଦି ଚାଷ, ବିନ ଚାଷ ପ୍ରତି ଗୁରତ୍ୱ ନଦେବା, ଆମ୍ବ, ପଣସ, ହଳହୀ ସହିତ ଜଗଂଲ ଜାତ ସାମଗ୍ରୀକୁ ଦ୍ରୁଷ୍ଟିରେ କାରଖାନା ସ୍ଥାପନା ନକରିବା, ଜଗଂଲ ଜାତ ସାମଗ୍ରୀ ଅନୁଯାୟୀ କୁଟିର ଶିଳ୍ପ ସ୍ଥାପନ କରାନଯିବା ଫଳରେ ଯୁବପିଢି ସ୍ୱାବଲମ୍ବୀ ହୋଇନପାରି ଦାଦନ ଖଟିବାକୁ ବାଧ୍ୟ ହୋଇଥାନ୍ତି । ମୂଳ କାରଣ ଗୁଡିକୁ ସବୁ ସରକାର ଧ୍ୟନ ନଦେଇ କେବଳ ଅଦରକାରୀ ଯୋଜନା ଖୋଲି ଜିଲ୍ଲାର ବିକାଶ କରିବାର ବାହାନା କରିଥାନ୍ତି । ଫଳରେ ଆଜି ବି କନ୍ଧମାଳର ଯୁବକ ଯୁବତୀ ଘର ଦ୍ୱାର ପରିବାର ସ୍ୱଜନ ଛାଡି ଦାଦନ ଖଟିବାକୁ କେରଳ ଯାଇଥାନ୍ତି । ହେଲେ ଅନେକ ସମୟରେ ଶବ ହୋଇ ଘରକୁ ଫେରିଥିବା ଘଟଣା ଅନେକ ସମୟରେ ପଦାକୁ ଆସିଛି l ସରକରଙ୍କ ମୁକ୍ତ କନ୍ଧମାଳ ଜିଲ୍ଲାର ଯୁବା ଯୁବତୀଙ୍କ ପାଇଁ ଏକ ପ୍ରକାର ପ୍ରହସନ ହୋଇଛି l ନିୟମିତ ବ୍ୟବଧାନରେ ପ୍ରତି ସପ୍ତାହରେ କେରଳରୁ ଆସିଥାଏ ବସ । ନିର୍ଦିଷ୍ଟ କେତେକ ବସରେ କନ୍ଧମାଳ ଏକ୍ସପ୍ରେସ ଲେଖାଯାଇଥିବା ବେଳେ ଫୋନ ନମ୍ବର ମଧ୍ୟ ଲେଖା ଯାଇଛି । ପ୍ରତି ସପ୍ତାହରେ ସତାଧିକ ଯୁବକ ଯୁବତି କନ୍ଧମାଳରୁ କେରଳ ଯାଉଥିବା ବେଳେ, କନ୍ଧମାଳରୁ ଯୁବଶକ୍ତି ଖାଲି ହେବାରେ ଲାଗିଛି । କନ୍ଧମାଳର ଯୁବଶକ୍ତିକୁ ନେଇ ବିକାଶିତ ହେଉଛି କେରଳ । କନ୍ଧମାଳର ଯୁବପିଢି ଦାଦନ ଖଟିବାକୁ ଭାଗ୍ୟରେ ଲେଖା ବୋଲି ଧରି ନେଇଥିବା ବେଳେ କେରଳ ହାତରେ କନ୍ଧମାଳର ଭାଗ୍ୟ ଯେମିତି ବନ୍ଧା ପଡିଛି । ଆଉ ଏହାକୁ ମୁକୁଳେଇବାକୁ ସତେ ଯେମିତି ସରକାରଙ୍କ ଆନ୍ତରିକତା ନାହିଁ । ଗୋଟିଏ ପଟେ ରୋଜଗାର ପାଇଁ ଯୁବକ ଯୁବତୀ ସବୁ ସମସ୍ୟା ଓ ନିର୍ଯାତନାକୁ ସହି ଯାଉଥିବା ବେଳେ ଏବେ ଦୁଇ ଜଣ ଯୁବତୀକୁ ତିନି କେଜି ଗଞେଇ ଚୋରା ଚାଲାଣ ନେବା ଅଭିଯୋଗରେ କେରଳ ଜେଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଥିବା ବେଳେ ଏହି ଅପରାଧିକ ମାମଲା ପଛରେ ପ୍ରକୃତରେ କେଉଁମାନେ ରହିଛନ୍ତି ତଦନ୍ତ ସାକ୍ଷାତ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ନିରିହ ଯୁବତୀ ମାନଙ୍କ ଭବିଶ୍ୟତ ସହିତ ଖେଳାଯାଉଥିବା ବେଳେ ଓଡିଶା ସରକାର ଏହାର ତଦନ୍ତ କରିବାକୁ ଦାବୀ ହୋଇଛି । ନହେଲେ ଭବିଶ୍ୟତରେ କନ୍ଧମାଳ ଜିଲ୍ଲା ଅନ୍ୟ ରାଜ୍ୟ ଆଗରେ ସମ୍ମାନ ହରାଇବାର ଆଶକାଂ ଦେଖାଦେଇ ଥିବା ବେଳେ ଦଲାଲ ମାନେ ବିଭିନ୍ନ ଅପରାଧ କାର୍ଯ୍ୟକଳାପରେ ସାମିଲ କରିବା ଆଶଂକା ଦେଖା ଦେଇଛି । କିନ୍ତୁ ଆଜି ପଯ୍ର୍ୟନ୍ତ କୌଣସି ଗାଡିକୁ ପ୍ରଶାସନ ତରଫରୁ ଏହା କେତେ ଆଇନ ସମ୍ମତ, ଜିଲ୍ଲା ପ୍ରଶାସନ ଜଣତରେ ବିଧିବଧ ଭାବେ ଯାଉଛି କି, ଲମ୍ବା ଯାତ୍ରା ପାଇଁ ସମସ୍ତ ପ୍ରକାର ସୁବିଧା ଅଛି କି ନାହିଁ, କେତେ ସୁରକ୍ଷିତ ଯାତ୍ରା, କେରଳ ଯିବା ଯୁବକ ଯୁବତୀଙ୍କ ପରିବାର ଅନୁମତି ଦେଇଛନ୍ତି କି ନାହିଁ, କିଏ ଦାୟୀତ୍ୱ ନେଉଛି, କେଉଁ କମ୍ପାନୀ ନେଉଛି ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ରହିଥିଲେ ମଧ୍ୟ କେତେ ଏହି ଗାଡି ଗୁଡିକୁ ପଚରା ଉଚରା କରାଯାଉଥିବା ନଜିର ନାହିଁ । ତେଣୁ ସରକାର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ, ହଳଦୀ, ବିନ, ଚାଷ ପାଇଁ ବଜାର ବ୍ୟବସ୍ଥା ସହିତ ପ୍ରୋଛାହିତ କରିବା ସହିତ ଆମ୍ବ ,ପଣସ, ହଳଦୀକୁ ନେଇ ଜିଲ୍ଲାରେ କାରଖାନା ସ୍ଥାପନା, ବନ୍ୟ ସାମଗ୍ରୀକୁ ଲକ୍ଷ କରି କୁଟିର ଶିଳ୍ପ କରାଗଲେ ଦାଦନ ସମସ୍ୟାର ସମାଧାନ ହୋଇ ପାରିବା ସହିତ ଜିଲ୍ଲାର ଆର୍ଥିକ ଅବସ୍ଥା ସୁଧୁରି ପାରିବ ବୋଲି ସମାଜସେବୀ, ସଛେତନ ନାଗରିକ ଦାବି କରିଛନ୍ତି । କନ୍ଧମାଳ ଜିଲ୍ଲାର ଶହ ଶହ ଶିକ୍ଷିତ ଯୁବକଯୁବତୀ ପାଠ ପଢ଼ି ସାରିବା ପରେ କୌଣସି ଚାକିରି କିମ୍ବା ସରକାରୀ ପ୍ରୋତ୍ସାହନ ପାଉନଥିବା ଯୋଗୁଁ ସେମାନେ ଘରେ ବସି ରହିଛନ୍ତି । ପରିବାର ପ୍ରତି ପୋଷଣ କରିବା ନିମନ୍ତେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ରୋଜଗାର କରିବା ନିମନ୍ତେ ନିଜ ପରିବାର ଓ ପ୍ରିୟ ପରିଜନଙ୍କୁ ଛାଡି ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯାଉଛନ୍ତି । ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଯୁବକ ଯୁବତୀଙ୍କ ସଂଖ୍ୟା କମିବାରେ ଲାଗିଛି । ଯେପରି ମିଶନ ଶକ୍ତି ମହିଳାମାନଙ୍କୁ ଶସକ୍ତି କରି ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ଉଦ୍ୟମ କରୁଛନ୍ତି ସେହିପରି ଶିକ୍ଷିତ ଯୁବକ ଯୁବତୀମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ଏବଂ ରୋଜଗାରକ୍ଷମ କରିବା ନିମନ୍ତେ ସରକାରଙ୍କ ତରଫରୁ ବ୍ୟବସ୍ଥା କରିବା ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବାସିନ୍ଧା କହିଛନ୍ତି । ଏହା ସହ ଦାଦନ ମୁକ୍ତ କନ୍ଧମାଳ କେବଳ ନିର୍ବାଚନ ପ୍ରତିଶୃତି କି ବୋଲି ସ୍ଥାନୀୟ ଲୋକେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି l ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତିକ ଦଳ ଦାଦନ ହଟାଇବା ପାଇଁ ମାଳମାଳ ପ୍ରତିଶୃତି ଦେଇ ଥାନ୍ତି l ଏହି ମିଥ୍ୟା ପ୍ରତିଶୃତିର ଶିକାର ହୋଇ ଥାନ୍ତି କନ୍ଧମାଳ ବାସୀ ହେଲେ ନିର୍ବାଚନ ସରିଲେ ସରକାଙ୍କ ପ୍ରତିଶୃତି ପୁରଣ ହୋଇ ନ ଥାଏ ବୋଲି ଜିଲ୍ଲା ବାସୀ ମତପ୍ରକାଶ କରିଛନ୍ତି l