ଭିଜିଲାନ୍ସ ଜାଲରେ ଗୁଡାରି ରାଜସ୍ୱ ନିରୀକ୍ଷକ….

ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ I ତିନି ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ରେଭିନ୍ୟୁ ଇନ୍ସପେକ୍ଟର I କନ୍ଧମାଳ ଜିଲ୍ଲା ଜଣେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି I ଗିରଫ ଜଣଙ୍କ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୁଦାରୀ ଆରଆଇ ସୁନୀଲ ଦିଗାଲ I ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମି ପାର୍ଟିସନ କରିଦେବା ଲାଗି ତିନି ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ I ଫଳରେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ I

csp

ମଙ୍ଗଳବାର ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ତିନି ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲେ I ଆରଆଇ ଦିଗାଲଙ୍କ ନିକଟରୁ ତିନି ହଜାର ଲାଞ୍ଚ ଟଙ୍କା ଉଦ୍ଧାର କରି ଗିରଫ କରିବା ସହ ଆରଆଇ କାର୍ଯ୍ୟାଳୟକୁ ମଧ୍ୟ ତଲାସୀ କରାଯାଇ ଥିଲା I