ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡିବନ୍ଧ ବ୍ଲକର ଲାବନ୍ୟନଗର ଠାରେ ଛେଳି ମଡକ ଦେଖିବାକୁ ମିଳିଛି I ଆଜି ସକାଳୁ ହଟାତ୍ ଲୋକେ ଉଠି ଦେଖିଲା ବେଳକୁ ସାତରୁ ଆଠ ଗୋଟି ଛେଳି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ବାଶୀନ୍ଧା ସ୍ଥାନୀୟ ପଶୁ ଚିକିତ୍ସାଲୟ ଅଧିକାରୀଙ୍କୁ ଜଣାଇଥିଲେ I ପଶୁ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ପ୍ରାୟ ୩୦ରୁ ୪୦ ଛେଳି ମରି ସାରିଲେଣି I
ସ୍ଥାନୀୟ ପଶୁ ଡାକ୍ତରଖାନାରେ ଏହି ରୋଗର ମେଡ଼ିସିନ ମଧ୍ୟ ନଥିବା ଏବଂ ରୋଗକୁ ସଠିକ୍ ରୁପେ ଚିହ୍ନଟ କରି ପାରୁନଥିବା କହିଛନ୍ତି ପଶୁ ବିଭାଗ ଡାକ୍ତର I ଯଦି ଏହି ରୋଗକୁ ଚିହ୍ନଟ କରି ଉପଯୁକ୍ତ ମେଡ଼ିସିନ କିମ୍ବା ଇଞ୍ଜେକ୍ସନ୍ ତୁରନ୍ତ ନଦିଅନ୍ତି ତେବେ ଗାଁ ରେ ଥିବା ସମସ୍ତ ଛେଳି ମରିବେ ବୋଲି କହିଛନ୍ତି ଗ୍ରାମବାସୀ I ଉଚିତ୍ ସମୟରେ ପଶୁ ଡାକ୍ତରଖାନା ପକ୍ଷରୁ ମେଡ଼ିସିନ୍ କିମ୍ବା ଇ ନଜେକ୍ସନ୍ ଦେଉ ନଥିବା ହେତୁ ଏଭଳି ହଟାତ୍ ଛେଳି ମରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ I ମରିଥିବା ଛେଳି ଗୁଡ଼ିକୁ ଚିହ୍ନଟ କରି କ୍ଷତି ପୁରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି I
Prev Post