ଘୁ.ଉଦୟଗିରି ବିଧାୟକଙ୍କ ଦ୍ୱାରା ଵୃକ୍ଷ ରୋପଣ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ପ୍ରଥମେ ଚାରା ରୋପଣ କରି ଉଦଘାଟନ କରିଥିଲେ I କରୋନାର ଦ୍ବିତୀୟ ଲହରରେ ଅମ୍ଳଜାନର କେତେ ଆବଶ୍ୟକତା ଆମେ ଉପଲବ୍ଧି କରିସାରିଛୁ। କାରଣ ଗଚ୍ଛ ହିଁ ଜୀବନ। ତେଣୁ ପ୍ରକୃତି ବିନା ସମାଜ ତିଷ୍ଠି ରହିବା ଅସମ୍ଭବ ବୋଲି ଘୁ.ଉଦୟଗିରି ବିଧାୟକ କହିଛନ୍ତି I ଦାରିଙ୍ଗବାଡି ହନୁମାନ ମନ୍ଦିର ଛକ ଠାରୁ ହନୁମାନ ମନ୍ଦିର ଏବଂ ତାର ଚତୃପାର୍ଶ୍ୱ ୫୦୦ ମିଟର ଓ ୫୯ ଜାତୀୟ ରାଜପଥ ପାର୍ଶ୍ୱ ରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ବୃକ୍ଷ ଲଗାଯାଉଥିବା କାର୍ଯ୍ୟକ୍ରମ ରହିଛି ଏହା ଆଗକୁ ଆହୁରି ଜାରି ରହିବ ବୋଲି କହିଛନ୍ତି I ଗଛ ଗୁଡ଼ିକର ନିରାପଦ ସଂରକ୍ଷଣ ପାଇଁ ଲୁହା ଜାଲି ସହ ଆବଦ୍ଧ କରାଯାଇ ବେଲ, ସଜନା , ପଣିସ, ଆଦି ବିଭିନ୍ନ ଗଛ ରୋପଣ କରାଯାଉଛି I ଏହି କାର୍ଯ୍ୟକ୍ରମ ରେ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁଙ୍କ ସମେତ ଉପେନ୍ଦ୍ର ବିଶ୍ୱାଳ, ସନ୍ତୋଷ ବିଶୋଇ, ଗିରିଶ ଚନ୍ଦ୍ର ସାହୁ ,ସୁରେଶ ସାହୁ, ଗୋଲକ ମଳିକ, ଶରତ ସାହୁ, ସୁଶାନ୍ତ ସାହୁ, ରଞ୍ଜିତ ସାହୁ, ହୀରା ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗଛ ରୋପଣ କରିଥିଲେ I