ଗଞ୍ଜେଇ ଚୋରା ଚାଲାଣ : ଜଣେ ଗିରଫ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଠାରେ ପେଟ୍ରୋଲିଙ୍ଗ ସମୟରେ ହୁଣ୍ଡାଇ ଭେରେନା ଗାଡ଼ି ନମ୍ୱର ଓ ଆର ୦୨ବିଏକ୍ସ ୮୭୭୩ ଗାଡ଼ିରୁ ୧୧୦ କ୍ଵିଇଣ୍ଟାଲ ୬୦୦ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଛି ପୁଲିସ I ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ ବାଲିଗୁଡ଼ା ଥାନା ଡିଏସପି ସ୍ବରାଜ ଦେବତା I ଗିରଫ ଅଭିଯୁକ୍ତ ଜଣକ ହେଲେ କ.ନୂଆଁ ଗାଁର ପ୍ରଶାନ୍ତ ଦିଗାଲ( ୩୫) I ଏ ନେଇ ବାଲିଗୁଡ଼ା ଥାନା ପୁଲିସ ୧୨୪/୨୧ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଡିଏସପି ସ୍ୱରାଜ ଦେବତା I