ନର୍ଲା ଛିଟ କେଲ ଜଙ୍ଗଲରେ ମୃତ ହାତୀ ଠାବ….

ଭବାନୀପାଟଣା(ତୁଳମଣି ନାଗ): ରାଜ୍ୟରେ ହାତୀ ମୃତ୍ୟୁ ଦିନକୁ ଦିନ ବଢି ବାରେ ଲାଗିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ହାତୀ ମୃତ୍ୟୁକୁ ନେଇ ତର୍ଜମା ଚାଲିଥିଲେ ମଧ୍ୟ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର ଓ ବନ ବିଭାଗ । କଳାହାଣ୍ଡି ଜିଲ୍ଲାର ନର୍ଲା ନବୋଦୟ ବିଦ୍ୟାଳୟ ନିକଟ ଛିଟ କେଲ ଜଙ୍ଗଲରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏହି ଜଙ୍ଗଲ ଠାରେ ଏକ ମାଈ ହାତୀ ମରିଥିବା ଅଞ୍ଚଳ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ନର୍ଲା ଫରେଷ୍ଟର ଭବାନୀ ନାଏକ ଘଟଣା ସ୍ଥଳରେ ପହଞ୍ଚି ନର୍ଲା ରେଞ୍ଜର ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଖବର କରିଥିଲେ । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ଓ ଅଧିକାରୀ ପହଞ୍ଚି ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି ।